ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ ବିଗି ବସ୍-୧୩ରେ ପ୍ରତିଯୋଗୀ ମାହିରା ଶର୍ମା ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ। ସହ-ପ୍ରତିଯୋଗୀ ପାରସ ଛାବ୍ରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବେଶୀ ଚର୍ଚ୍ଚା ହୋଇଥିଲା। ସୋ’ ସରିବା ପରେ ବି ଦୁହେଁ କିଛି ବର୍ଷ ସାଥିରେ ଥିଲେ। ହେଲେ ୩ବର୍ଷ ମଧ୍ୟରେ ଦୁହିଁଙ୍କ ବ୍ରେକଅପ ହୋଇଥିବା ଖବର ମିଳିଥିଲା। କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ, ମାହିରାଙ୍କୁ ପୁଣି ଥରେ ପ୍ରେମ ହୋଇଛି। ଅଭିନେତ୍ରୀଙ୍କ ନାମ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଯୋଡାଯାଇଥିଲା।
କୁହାଯାଇଥିଲା ଯେ, ମାହିରା କ୍ରିକେଟର ମହମ୍ମଦ ସିରାଜଙ୍କୁ ଡେଟ୍ କରୁଛନ୍ତି। ମହମ୍ମଦ, ଇନଷ୍ଟାଗ୍ରାମରେ ମାହିରାଙ୍କ ଏକ ଫଟୋକୁ ପସନ୍ଦ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୌଣସି ସମ୍ପର୍କ ନଥାଇ ମହମ୍ମଦ କାହିଁକି ମାହିରାଙ୍କ ଫଟୋକୁ ପସନ୍ଦ କରିବେ ବୋଲି କହି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇନଷ୍ଟାଗ୍ରାମରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ। ଏବେ ଏହି ଚର୍ଚ୍ଚାକୁ ନେଇ ଦୁହେଁ ପ୍ରତିକ୍ରିୟା ରଖିଛନ୍ତି।
/sambad/media/post_attachments/onecms/images/uploaded-images/2025/03/22/c5ed8b42f82f3798e0b78d96df8a5abc1742607636154646_original-154056.png)
କିଛି ମାସର ଚର୍ଚ୍ଚା ପରେ ମାହିରା ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଛନ୍ତି ଯେ, 'ଗୁଜବ ପ୍ରସାର କରିବା ବନ୍ଦ କର। ମୁଁ କାହାକୁ ଡେଟ୍ କରୁନାହିଁ।'
![]()
ଅନ୍ୟପକ୍ଷରେ ମହମ୍ମଦ ସିରାଜ୍ ଲେଖିଛନ୍ତି ଯେ, 'ମୁଁ ଅନୁରୋଧ କରୁଛି ଯେ, ମୋ ପ୍ରେମ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ମୁଁ ଆଶା କରୁଛି ଏବେ ଏହି ଚର୍ଚ୍ଚା ଶେଷ ହେବ।'
mahira-sharma | mohammad-siraj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/22/ee97eJJAjo7wvcdAvMj4.jpg)