ନୂଆଦିଲ୍ଲୀ : ରଇସ ଅଭିନେତ୍ରୀ ମାହିରା ଖାନ୍ ପ୍ରାୟତଃ କିଛି ନା କିଛି କଥାକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାନଙ୍କ ଅଭିନେତ୍ରୀ ମାହିରା ବର୍ତ୍ତମାନ କିନ୍ତୁ ୟୁପି-ବିହାର ଲୁଟିବା କଥା କହିଥିବାରୁ ଆଲୋଚନାର ବିଷୟ ପାଲଟିଛନ୍ତି । ମାହିରା ପ୍ରକୃତରେ ୟୁପି-ବିହାର ଲୁଟୁନାହାନ୍ତି ବରଂ ନିକଟରେ ସେ ସୋସିଆଲ ମିଡ଼ିଆରେ ଏକ ନାଚ ଭିଡ଼ିଓ ପୋଷ୍ଟ କରିଥିଲେ । ସେହି ଭିଡ଼ିଓରେ ମାହିରା ଖାନ ବଲିଉଡ଼ର ଚର୍ଚ୍ଚିତ ଗୀତ “ମୈ ଆଇ ହୁଁ ୟୁପି -ବିହାର ଲୁଟନେରେ..” ନାଚୁଥିବାର ଦେଖାଯାଇଥିଲେ । ସେହି ଭିଡ଼ିଓକୁ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିବା ସଙ୍ଗେ ସଙ୍ଗେ ତାହା ଭାଇରାଲ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରଇସ୍ ଚଳଚ୍ଚିତ୍ରରେ ଦର୍ଶକଙ୍କ ମନ ଚୋରୀ କରିବା ପରେ ବର୍ତ୍ତମାନ ନିଜର ନାଚ ଜରିଆରେ ୟୁପି-ବିହାର ଚୋରି କରିବାକୁ କହିଛନ୍ତି ମାହିରା। ନିକଟରେ ମାହିରା ତାଙ୍କ ସାଙ୍ଗଙ୍କ ବିବାହକୁ ଯାଇଥିଲେ । ସେ ଠାରେ ସେ ଶିଲ୍ପା ସେଠୀଙ୍କ “ମୈ ଆଇ ହୁଁ ୟୁପି -ବିହାର ଲୁଟନେ…” ଗୀତରେ ନାଚିଥିଲେ । ତାହାର ଏକ ଭିଡ଼ିଓ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ବଲିଉଡ଼ରେ ଶାହାରୁଖ ଖାନଙ୍କ ଅଭିନୀତ ରଇସ୍ ଚଳଚ୍ଚିତ୍ର ଦ୍ୱାରା ପ୍ରଥମ ଥର ପାଇଁ ପାଦ ରଖିଥିଲେ ।