ଫଓ୍ଵାଦ୍‌ ଖାନ୍‌ଙ୍କୁ ‘ଆଇ ଲଭ୍‌ ୟୁ’ କହିପାରିବେ ମାହିରା ଖାନ୍‌

ପାକିସ୍ତାନର ନାମୀ ନାୟିକା ମାହିରା ଖାନ୍‌ଙ୍କୁ ନେଇ ତାଙ୍କର ଆଉ ବିଶେଷ ଖୁସି ନାହାଁନ୍ତି। ସେ ଚାହୁଁ ନ ଥିଲେ କି ତାଙ୍କ ନାତୁଣୀ ଫିଲ୍ମରେ କାମ କରୁ। କିନ୍ତୁ ମାହିରାଙ୍କ ନିଜ ନିଷ୍ପତ୍ତିରେ ଅଟଳ ଥିଲେ ଓ ସିନେ ଦୁନିଆଁରେ ପାଦ ଥାପିଥିଲେ।ସେ ହିନ୍ଦୀ ସିନେମା ‘ରଇସ୍‌’ରେ ବି ନାୟିକା ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ମାହିରା ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ଅପୋଜିଟ୍‌ରେ ଦେଖା ଦେଇଥିଲେ।

ନିକଟରେ ମାହିରା ଲଣ୍ଡନରେ ଏକ ଫିଲ୍ମ ଫେଷ୍ଟିଭାଲ୍‌ ରେ ସିମି ଗ୍ରିେଓ୍ଵଲଙ୍କ ସହ ଷ୍ଟେଜ୍‌ ସେଆର୍‌ କରିଥିଲେ। ସେଠି କଥା କଥାରେ ସିମି ମାହିରାଙ୍କ ଠାରୁ ଗୋଟିଏ କଥା ଜାଣିବାକୁ ଚାହିଁଥିଲେ। ସିମି ମାହିରାଙ୍କୁ ପ୍ରଶ୍ନ କରିଥିଲେ ଯେ,ଏକଥା କ’ଣ ସତ ଯେ ଏବେ ବି ଆଇ ମା’ ତାଙ୍କ ଉପରେ ଅସନ୍ତୁଷ୍ଟ?

photo-navbharattimes

ଏହାର ପ୍ରତ୍ୟୁତ୍ତରରେ ମାହିରା ଖାନ୍‌ କହିଥିଲେ ଯେ,ଆଇ ତାଙ୍କର ଅଭିନୟକୁ ନେଇ ପ୍ରତିକ୍ରିୟାଶୀଳ ନୁହଁନ୍ତି,ବରଂ ପରଦାରେ କାହାକୁ ‘ଆଇ ଲଭ ୟୁ’ କହିବେ ତା’କୁ ନେଇ ବିରକ୍ତ ହୁଅନ୍ତି। ତାଙ୍କ କହିବା ଅନୁଯାୟୀ ଆଇ ଚାହାଁନ୍ତି ଯେ ,ମାହିରା କେବଳ ଫଓ୍ଵାଦ୍‌ ଖାନ୍‌ଙ୍କୁ ‘ଆଇ ଲଭ୍‌ ୟୁ’ କହି ପାରିବେ।

ସମ୍ବନ୍ଧିତ ଖବର