ମାହିରାଙ୍କ ନିଆରା ଟ୍ଵିଟ୍‌ : “ହାପି ବର୍ଥଡ଼େ ଗ୍ୟାଙ୍ଗଷ୍ଟା ଖାନ୍‌ ! ୟୋର ନମ୍ବର ଓ୍ଵାନ ଫ୍ୟାନ୍‌…ଲଭ୍‌ ୟୁ”

ନିଜର ରୋମାଣ୍ଟିକ୍‌ ଅନ୍ଦାଜରେ ସମସ୍ତଙ୍କୁ ପାଗଳ କରିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଆଜି  ୫୨ ବର୍ଷରେ ପାଦ ଦେଇଛନ୍ତି । ଫିଲ୍ମ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କଳାକାର ପଯ୍ୟର୍ନ୍ତ ସମସ୍ତେ କିଙ୍ଗ୍‌ ଖାନ୍‌ଙ୍କୁ ଟ୍ଵିଟ୍‌ କରି  ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ନିଜର ପରିବାର ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ମିଶି ଅଲ୍ଲୀବାଗ୍‌ ବିଚ୍‌ସ୍ଥିତ ବଙ୍ଗଳାରେ ସେ ଗତକାଲି ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ପାର୍ଟିରେ ବଲିଉଡର  କଳାକାର ଆଲିଆ ଭଟ୍ଟ, ଦୀପିକା ପଦୁକୋନ, କ୍ୟାଟ୍ରିନା କୈଫ୍‌ , କରନ୍‌ ଜୋହର, ସିଦ୍ଧାର୍ଥ ମଲହୋତ୍ରା, ସୀମା ଖାନ୍‌, ମାହିପ୍‌ କପୁର, ମଲ୍ଲାଇକା ଆରୋରା, ଫରହାନ ଅଖତର, ଫରହା ଖାନ୍‌ ପ୍ରମୁଖ ଯୋଗ ଦେଇଥଲେ।
 ନିଜ ଅନ୍ଦାଜରେ ଶାହରୁଖ୍‌ଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି ମାହିରା ।  ସୁଟିଂ ବେଳର ଫଟୋ ଅପଲୋଡ଼ କରି ସେ ଶୁଭେଚ୍ଛା ଜଣାଇଥିଲେ । ସେ ଲେଖିଥିଲେ, “ହାପି ବର୍ଥଡ଼େ ଗ୍ୟାଙ୍ଗଷ୍ଟା ଖାନ୍‌ ! ୟୋର ନମ୍ବର ଓ୍ଵାନ ଫ୍ୟାନ୍‌…ଲଭ୍‌ ୟୁ”। 
ଏଥିରୁ ବାଦ୍‌ ପଡ଼ି ନାହାନ୍ତି ମାହିରା ଖାନ୍‌ । ଜନ୍ମଦିନ ପାଳନ କରିପାରି ନ ଥିଲେ ମଧ୍ୟ ନିଜ ଅନ୍ଦାଜରେ ଟ୍ଵିଟ କରି ଶୁଭେଚ୍ଛା  ଜଣାଇଛନ୍ତି ମାହିରା । ବଲିଉଡ଼ରେ ଶାହରୁଖ୍‌ଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରଇସ୍‌’ । ସୁଟିଂ ବେଳର ଫଟୋ ଅପଲୋଡ଼ କରି ସେ ଶୁଭେଚ୍ଛା ଜଣାଇଥିଲେ । ସେ ଲେଖିଥିଲେ, “ହାପି ବର୍ଥଡ଼େ ଗ୍ୟାଙ୍ଗଷ୍ଟା ଖାନ୍‌ ! ୟୋର ନମ୍ବର ଓ୍ଵାନ ଫ୍ୟାନ୍‌…ଲଭ୍‌ ୟୁ”।  ମାହିରାଙ୍କ ବ୍ୟତୀତ ଅରମାନ ମଲ୍ଲିକ, ରୋନିତ ରୟ, ମନୀଷ ପଲ, ଡ଼ବୋ ରତ୍ନାନି, ବିପାଶା ବସୁ ନିଜ ଟ୍ଵିଟର ଆକାଉଣ୍ଟରୁ କିଙ୍ଗ ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
 ନଭେମ୍ବର ୨,୧୯୬୫ ରେ ଜନ୍ମ ହୋଇଥିବା ଶହାରୁଖ୍‌ ଏ ପର୍ଯ୍ୟନ୍ତ ୮୦ରୁ  ଅଧିକ ଫିଲ୍ମ କରିବା ସହ ୧୪ଟି ଫିଲ୍ମ ଫେୟାର ଆଓ୍ଵାର୍ଡ଼ ଜିତି ସାରିଛନ୍ତି । ଦୂରଦର୍ଶନରେ ପ୍ରସାରିତ ଫୌଜି ଧାରାବାହିକରେ କାମ କରିବା ପରେ  ଫିଲ୍ମ ଦିଓ୍ଵାନା ଜରିଆରେ ୧୯୯୨ରେ ସେ  ବଲିଉଡରେ ପ୍ରବେଶ କରିଥିଲେ ।
ସମ୍ବନ୍ଧିତ ଖବର