ମୁମ୍ବାଇ:ବଲିଉଡରେ ଏବେ ବି ବିବାଦରେ ଫସି ରହିଛି ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’। ଏବେ ସେହି କାହାଣୀ ଉପରେ ଆଉ ଏକ ସିନେମା ନିର୍ମିତ ହେଉଥିବାର ଖବର ମିଳିଛି। ଏହା ରାଜସ୍ଥାନର ରାଣୀ ପଦ୍ମାବତୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ସିନେମାର ଟାଇଟଲ ହେଲା ‘ମେ ହୁଁ ପଦ୍ମାବତୀ’।
photo-deccanchronicleଏହାର ପ୍ରଯୋଜନା କରୁଛନ୍ତି ଅଶୋକ ଶେଖର। ଏହାର କାହାଣୀ ଲେଖିଛନ୍ତି ଜଣେ ପ୍ରଖ୍ୟାତ ରାଜସ୍ଥାନୀ ଲେଖକ । କାରଣ ଏହା ଆଉ ବିବାଦରେ ଫସୁ ନାହିଁ ବୋଲି ଚାହାଁନ୍ତି ନିର୍ମାତା। ତେବେ ଏହି ସିନେମାରେ ନୂଆ କଳାକାରଙ୍କୁ ନିଆଯିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଅଶୋକ ଶେଖର ସୂଚନା ଦେଇଛନ୍ତି। ଏହା ଉଭୟ ଦିନ୍ଦୀ ଏବଂ ରାଜସ୍ଥାନୀ ଭାଷାରେ ନିର୍ମିତ ହେବ ବୋଲି ବି ସେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ରେ ଦୀପିକା ପାଦୁକୋନ୍,ଶାହିଦ୍ କପୁର ଏବଂ ରଣବୀର ସିଂହ ଲିଡ ରୋଲରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Padmavati-bollywoodhungama-1.jpg)