ପାଟ୍ନା: ବିହାର ବିଧାନସଭା ନିର୍ବାଚନ ଘୋଷଣା ସହିତ, ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେଉଛି। ତେବେ ଚର୍ଚ୍ଚା ହେଉଛି ଯେ ମିଥିଳାରେ ପୁନର୍ବାର ବିଜୟ ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଲୋକପ୍ରିୟ ଗାୟିକା ମୈଥିଳୀ ଠାକୁରଙ୍କୁ ସୁଯୋଗ ଦେଇପାରେ। ତେବେ ଏକଥା ନିଜେ ଗାୟିକା ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ମଧୁବାଣୀର ବେନିପଟ୍ଟି ଆସନ କିମ୍ବା ଦରଭଙ୍ଗାର ଆଲିନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ପ୍ରସ୍ତୁତ।
ମୈଥିଳୀ ଠାକୁର ହେଉଛନ୍ତି ମଧୁବାଣୀର ବେନିପଟ୍ଟି ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ମତଦାତା। ଆଲିନଗର ହେଉଛି ତାଙ୍କର ମାମୁଘର। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଯେକୌଣସି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଦଳ ତାଙ୍କୁ ଯେଉଁ ଆସନରେ ଟିକେଟ୍ ଦେବ ସେ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ। ନିକଟରେ ମୈଥିଳୀ ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ବିହାର ସଂଗଠନ ପ୍ରଭାରୀ ବିନୋଦ ତାୱଡେ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଥିଲେ। ସେବେଠାରୁ, ତାଙ୍କ ନିର୍ବାଚନ ଲଢ଼ିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଚଳିତବର୍ଷ ଜୁଲାଇ ମାସରେ ମୈଥିଳୀ ଠାକୁର ୨୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୦୧୧ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ମୈଥିଳୀ ସଙ୍ଗୀତ ଏବଂ ଗାୟନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରିଥିଲେ ଏବଂ ସେବେଠାରୁ ଏହି କ୍ଷେତ୍ରରେ ସକ୍ରିୟ ଅଛନ୍ତି।
ବେନିପଟ୍ଟି ବିଧାନସଭା ଆସନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ବିଜେପିର ବିନୋଦ ନାରାୟଣ ଝା ବର୍ତ୍ତମାନ ବିଧାୟକ ଅଛନ୍ତି, ଏବଂ ତାଙ୍କୁ ଦଳର ଜଣେ ପୁରୁଖା ନେତା ଭାବରେ ବିବେଚନା କରାଯାଏ। ଏହି ସମୟରେ, କଂଗ୍ରେସରୁ ପ୍ରତିନିଧିତ୍ୱ କରୁଥିବା ଭାବନା ଝା ୨୦୧୫ ନିର୍ବାଚନରେ ​​ବିଜୟୀ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/07/untitled-6-2025-10-07-11-59-05.jpg)