୩୨କଳାକାର, ୫୫କ୍ୟାମେରା କ୍ର୍ୟୁ, ୧୦୦୦ ଯବାନଙ୍କୁ ନେଇ ହୋଇଥିଲା ‘ଏଲ୍‌ଓସି କାର୍ଗିଲ’ର ସୁଟିଂ, ଜାଣନ୍ତୁ ଫିଲ୍ମ ସହ ଜଡ଼ିତ ଅନେକ ଅଜଣା କଥା

ମୁମ୍ବାଇ : ଦୀର୍ଘ ୨୦ବର୍ଷ ହେଲାଣି ଭାରତ ଇତିହାସରେ ଜୁଲାଇ ୨୬ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇ ରହି ଆସିଛି । ଏହି ଦିନ ପାକିସ୍ତାନକୁ ହରାଇ କାର୍ଗିଲରେ ବିଜୟର ପତାକା ଉଡ଼ାଇଥିଲା ଭାରତ । ଏହି ଦିନକୁ ଅପରେସନ ବିଜୟର ନାଁ ଦେଇଥିଲେ ଭାରତ ସରକାର । ଏହା ପରେ କାର୍ଗିଲ ଯୁଦ୍ଧକୁ ନେଇ ବଲିଉଡ୍‌ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା । ଫିଲ୍ମରେ ଯବାନଙ୍କ ବଳିଦାନକୁ ଦେଖାଇବା ପାଇଁ ନିର୍ଦ୍ଦେଶକ ଜେପି ଦତ୍ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ୩୨ଜଣ କଳାକାର, ୫୫କ୍ୟାମେରା କ୍ର୍ୟୁ ଓ ୧,୦୦୦ସେନା ଯବାନଙ୍କୁ ନେଇ ସୁଟିଂ କରିବା ସହଜ ନଥିଲା ।

ଫିଲ୍ମର ନାଁ ‘ଏଲ୍‌ଓସି କାର୍ଗିଲ’ ଥିବା ବେଳେ ଏଥିରେ, ଅଭିଷେକ ବଚ୍ଚନ, ଅଜୟ ଦେବଗନ, ସଞ୍ଜୟ ଦତ୍ତ, ସୈଫ୍‌ ଅଲ୍ଲୀ ଖାନ୍‌, ସୁନୀଲ ସେଠୀ, ଅକ୍ଷୟ ଖନ୍ନା, ନାଗାର୍ଜୁନ, ମନୋଜ ବାଜପେୟୀ, ସଞ୍ଜୟ କପୁର, ରାଜ ବବ୍ଦର, କିରଣ କୁମାର, ଆଶିଷ ବିଦ୍ୟାର୍ଥୀ, ମୋହନୀଶ ବହଲ, ସୁଦେଶ ବେରୀ, କରଣ ନାଥ, ଅୟୁବ ଖାନ୍‌, ଅମିତ ବହଲ, ଅମର ଉପାଧ୍ୟୟ, ଆଶୁତୋଷ ରାଣା, ଅବତାର ଗିଲ୍‌, ମିଲିନ୍ଦ ଗୁନାଞ୍ଜିଙ୍କ ସମେତ ୩୨ଜଣ ଅଭିନୟ କରିଥିଲେ । ଫିଲ୍ମର ୟୁନିଟ୍‌ ଏତେ ବଡ଼ ଥିଲା ଯେ ରହିବା ପାଇଁ ୧୨ଟି ହୋଟେଲ ବୁକ୍‌ କରାଯାଇଥିଲା । ଏଲ୍‌ଓସି କାର୍ଗିଲ ଫିଲ୍ମରେ ଅସ୍ତ୍ରଶସ୍ତ୍ରର ବ୍ୟବହାର ମଧ୍ୟ କରାଯାଇଥିଲା ।

32 सितारे, 55 कैमरा क्रू, 1000 आर्मी मैन, यूं शूट हुई LoC करगिल

ଯାହାକୁ ଚଣ୍ଡିଗଡ଼ରୁ ଲେହ ଆଣିବା ପାଇଁ ୫ଦିନ ସମୟ ଲାଗିଥିଲା । ଫିଲ୍ମର ସେଟ୍‌ ଏତେ ବଡ଼ ଥିଲା, ଯାହାକୁ ଦେଖି କଳାକାର ଏକା ସାଙ୍ଗରେ ୫ଟି ଫିଲ୍ମର ସୁଟିଂ କରୁଥିବା ମନେ କରୁଥିଲେ । ଜେପି ଦତ୍ତା ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ଯେମିତି କୌଣସି ଭୁଲ ନ ହୁଏ ସେଥିପାଇଁ ଯୁଦ୍ଧରେ ସହିଦ୍‌ ହୋଇଥିବା ପରିବାର ଲୋକଙ୍କ ସହ ୨୬ଥର ବୈଠକ କରିଥିଲେ ।

ସମ୍ବନ୍ଧିତ ଖବର