ନୂଆଦିଲ୍ଲୀ: ଅଭିନେତ୍ରୀ ମଲାଇକା ଅରୋଡ଼ା ସୋସିଆଲ ମିଡିଆରେ ସକ୍ରିୟ ରହି ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଦର୍ଶକଙ୍କ ସହିତ ଆଲୋଚନା କରିଥାଆନ୍ତି। ଦର୍ଶକ ବି ମଲାଇକାଙ୍କ ଉଭୟ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସାହିତ ରହିଥାଆନ୍ତି।

Advertisment

କିଛିଦିନ ହେବ ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ଅର୍ଜୁନ କପୁର ସିଙ୍ଗଲ ଥିବା ନେଇ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଯାଇଥିଲା କି ଦୀର୍ଘଦିନ ଧରି ଡେଟ କରୁଥିବା ମଲାଇକା ଓ ଅର୍ଜୁନଙ୍କ ସମ୍ପର୍କ ଭାଙ୍ଗି ଯାଇଛି। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି।

ନିକଟରେ ମଲାଇକା ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରିଛନ୍ତି, ‘ଯେଉଁଥିରେ ସେ ଲେଖିଛନ୍ତି ଅଧିକ ଯୋଜନା କରନ୍ତୁ ନାହିଁ। ଜୀବନ ଆପଣଙ୍କ ପାଇଁ ଯୋଜନା କରିଥାଏ। ସବୁବେଳେ ମନେ ରଖିଥିବେ ଜୀବନର ଯେଉଁସବୁ ଖୁସିର ମୁହୂର୍ତ୍ତ ରହିଛି ସେସବୁ ଯୋଜନା କରାଯାଇ ଆସି ନଥାଏ।’

ଏହି ପୋଷ୍ଟକୁ ଲୋକେ ଅର୍ଜୁନ କର୍ପୁରଙ୍କ ସହିତ ଯୋଡ଼ି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

କିଛିଦିନ ତଳେ ମଲାଇକା ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଏକ ଧଳା ରଙ୍ଗର ଟି ସାର୍ଟ ପିନ୍ଧିଥିଲେ। ଏହି ସାର୍ଟରେ ଲେଖାଥିଲା, ‘ମେଁ ବୋରିଙ୍ଗ ହୁଁ ବେବି, ମେଁ ବାସ ପୈସେ କମାତି ହୁଁ ଔର ଘର ୱାପସ ଆ ଜାତି ହୁଁ।’