ମଲ୍ଲାଇକାଙ୍କଠାରୁ ଅଲଗା ହେବା ପରେ ଖୋଲା ଷଣ୍ଢ ହୋଇ ଯାଇଛ ବୋଲିି କହି ଟ୍ରୋଲ କରିଥିବା ଯୁବକଙ୍କୁ ମଜାଦାର ଜବାବ ଦେଲେ ଅର୍‌ବାଜ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍‌ବାଜ ଖାନ୍‌ ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ୨୦୧୬ରେ ନିଜର ୧୯ବର୍ଷର ବିବାହକୁ ଭାଙ୍ଗି ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । କିଛି ଦିନ ଏକା ରହିବା ପରେ ଏବେ ଦୁହିଁଙ୍କୁ ପୁଣି ଥରେ ନିଜ ନିଜର ସାଥୀ ମିଳି ସାରିଥିବା ଦେଖା ଯାଇଛି । ଅଭିନେତ୍ରୀ ମଲ୍ଲାଇକା ଅଭିନେତା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଥିବାର ଖବର ଏବେ ଚର୍ଚ୍ଚାରେ ରହିଥିବା ବେଳେ ଅର୍‌ବାଜ୍‌ ମଧ୍ୟ ଜର୍ଜିଆ ନାମକ ଜଣେ ମହିଳାଙ୍କୁ ଡେଟ୍‌ କରୁଥିବା ଜଣାପଡ଼ିଛି । ତେବେ ଏ ମଧ୍ୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅର୍‌ବାଜ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଚର୍ଚ୍ଚାରେ ରହିଛି ।

ସୂଚନା ମୁତାବକ, ଅଭିନେତ୍ରୀ କରୀନା କପୁର ଖାନ୍‌ ଅର୍‌ବାଜ୍‌ଙ୍କ ନୂଆ ସୋ’ ପିଞ୍ଚ ବାଏ ଅର୍‌ବାଜ୍‌ରେ ଯୋଗ ଦେଇଥିବା ବେଳେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ନେଇ କିଭଳି ଚର୍ଚ୍ଚା ସବୁ କରିଛନ୍ତି ତାହା ଆର୍‌ବାଜ ଜଣାଇଥିଲେ । ଏହା ଶୁଣି କରୀନା ଆର୍‌ବାଜଙ୍କୁ ଟାର୍ଗେଟ କରି ତୁମ ବିଷୟରେ ଲୋକେ କ’ଣ କହୁଛନ୍ତି ତାହା ଜାଣିଛ କି ବୋଲି ପଚାରିଥିଲେ । ଏହା ପରେ କାରୀନା ଛାଡ଼ପତ୍ର ପରେ ତୁମେ ଖୋଲା ଷଣ୍ଢ ହୋଇ ଯାଇଛ ବୋଲି ଲୋକେ କହୁଛନ୍ତି ବୋଲି ଅର୍‌ବାଜଙ୍କୁ ଜଣାଇଥିଲେ । କରୀନାଙ୍କ କଥା ଶୁଣି ଅର୍‌ବାଜ କିଛି ସମୟ ଚୁପ୍‌ ରହିବା ସହ ପରେ ଯିଏ ଏହି କଥାଟି କହି ପୂରା ଠିକ୍‌ କହିଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର