ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡା ଖାନ୍ ଓ ଅଭିନେତା ଅର୍ଜୁନ କପୁରଙ୍କ ବିବାହକୁ ନେଇ ଅନେକଦିନ ହେବ ଉତ୍ସାହ ରହିଛି। ଏମିତିରେ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିପାଇଁ ତାରିଖ ବି ନିଶ୍ଚିତ ହୋଇସାରିଛି। ଏହି ବିବାହକୁ ସିକ୍ରେଟ ରଖିବାକୁ ଚେଷ୍ଟା କରାଯାଇଛି। କୁହାଯାଉଛି ବିବାହରେ ମଲାଇକା ଓ ଅର୍ଜୁନଙ୍କ ପରିବାରବର୍ଗଙ୍କ ସହିତ ଦୁହିଁଙ୍କ ସାଙ୍ଗସାଥୀ କରିନାକପୁର ଖାନ୍, କରିସ୍ମା କପୁର, ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ସମେତ ଅନ୍ୟମାନେ ବି ବିବାହରେ ସାମିଲ ହେବ।
BollywoodShaadis.comପ୍ରକାଶିତ ରିପୋର୍ଟ ମୁତାବକ, ମଲାଇକା ଆରୋଡା ଓ ଅର୍ଜୁନ କପୁର ୧୯ ଏପ୍ରିଲ୍ ୨୦୧୯ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ତେବେ ଦୁହେଁ ଏଯାବତ୍ ଅଧିକାରିକ ଭାବେ କୌଣସି ଘୋଷଣା କରି ନାହାନ୍ତି। ବିବାହ ପ୍ରସ୍ତୁତି କିନ୍ତୁ ଜୋରସୋରରେ ଆରମ୍ଭ ହୋଇଯାଇଛି। ଖ୍ରୀଷ୍ଟିୟାନ୍ ରୀତିନୀତିରେ ଦୁହିଁଙ୍କ ବିବାହ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି। ବିବାହ ପ୍ରସ୍ତୁତିରେ ଲାଗିଥିବା ଲୋକମାନଙ୍କୁ ବିବାହକୁ ନେଇ କାହାରିକୁ କୌଣସି ତଥ୍ୟ ନଦେବାକୁ ଉଭୟଙ୍କ ପରିବାର ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/images-1-34.jpg)