ଅର୍ଜୁନ କପୁରଙ୍କୁ ବିବାହ କରିବା ପାଇଁ ଯୋଜନା କଲେଣି ମଲାଇକା !

ମୁମ୍ବାଇ: ଗତ କିଛି ବର୍ଷ ହେଲାଣି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଛି, ହେଲେ ପ୍ରତ୍ୟେକ ଥର ଉଭୟ ବିବାହ କରିବାକୁ ଯୋଜନା କରିନଥିବା କହିଆସିଛନ୍ତି। ଏହା ସହ ଉଭୟ ମଲାଇକା ଏବଂ ଅର୍ଜୁନ କହିସାରିଛନ୍ତି ଯେ ସେମାନେ ନିଜ ସମ୍ପର୍କରେ ଖୁସି ଅଛନ୍ତି ଏବଂ ବିବାହ କରିବାକୁ ଯୋଜନା କରୁନାହାନ୍ତି। ତେବେ ମଲାଇକା ଆରୋରା ଏବେ ଦେଇଥିବା ସାକ୍ଷାତକାର ଶୁଣିବା ପରେ ଲାଗୁଛି ଯେ ସେ ଅର୍ଜୁନ କପୁରଙ୍କ ସହ ବିବାହ ଯୋଜନା କରୁଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଭବିଷ୍ୟତରେ ଏକାଠି ରହିବାକୁ ଚାହୁଁଛୁ। ଅର୍ଜୁନଙ୍କ ସହ ମୋର ସଂପର୍କ ମୋ ପାଇଁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ। ଆମେ ପରସ୍ପରକୁ ବହୁତ ଭଲ ଭାବରେ ବୁଝୁ। ଗୋଟେ ସଂପର୍କରେ ରହିବା ପରେ ସମସ୍ତଙ୍କୁ ସକାରାତ୍ମକ ଏବଂ ସୁରକ୍ଷିତ ଅନୁଭବ ହେବା ଜରୁରୀ। ଅର୍ଜୁନଙ୍କ ସହ ରହି ମୁଁ ବହୁତ ଖୁସି ଏବଂ ସକାରାତ୍ମକ ଅଛି। ଅର୍ଜୁନ ମୋତେ ଆତ୍ମବିଶ୍ୱାସ ଏବଂ ସୁରକ୍ଷା ଦେଇଛନ୍ତି। ମୁଁ ତାଙ୍କ ସହ ମୋର ଶେଷ ସମୟ ପର୍ଯ୍ୟନ୍ତ ରହିବାକୁ ଚାହୁଁଛି। ଆମେ ଏବେ ଆଗକୁ କେଉଁ ପଦକ୍ଷେପ ନେବୁ ସେ ବିଷୟରେ ଚିନ୍ତା କରୁଛୁ। ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଖୁବ ଶୀଘ୍ର ମଲାଇକା ଏବଂ ଅର୍ଜୁନ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର