ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଶୋକସଭାରୁ ଫେରି ଡିନର ଡେଟରେ ଗଲେ ମଲାଇକା, ଟ୍ରୋଲ କଲେ ଲୋକେ

 

ନୂଆଦିଲ୍ଲୀ: ବଲିଉଡ ଅଭିନେତ‌ା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରା ହେଉଛନ୍ତି ବଲିଉଡର ପାୱାର କପୁଲ। ଉଭୟ ଅନେକ ସମୟରେ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ବେଳେବେଳେ ଉଭୟ ଅନେକ ଇଭେଣ୍ଟ, ପାର୍ଟୀ ଏବଂ ଡିନର ଡେଟରେ ଯାଉଥିବାର ନଜର ଆସିଥାନ୍ତି। ସବୁଥର ଉଭୟଙ୍କ ଭିଡିଓ ଭାଇରାଲ ହେବା ସହ ଦୁହିଁଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜ ଡିନର ଡେଟକୁ ନେଇ ସମାଲୋଚିତ ହୋଇଛନ୍ତି ମଲାଇକା।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନା ମୁତାବକ, କିଛି ଦିନ ତଳେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ ହୋଇଥିଲା। ଟିଭି ସେଲିବ୍ରିଟିଙ୍କ ବ୍ୟତୀତ ମଲାଇକା ମଧ୍ୟ ଅଭିନେତାଙ୍କ ଶେଷ ଯାତ୍ରାରେ ସେଠାରେ ପହଞ୍ଚିଥିଲେ। ସକାଳେ ସେ ସିଦ୍ଧାନ୍ତଙ୍କ ଶୋକସଭାରେ ସାମିଲ ହୋଇଥିବା ବେଳେ ସେହିଦିନ ରାତିରେ ଅଭିନେତ୍ରୀ ଅର୍ଜୁନ କପୁରଙ୍କ ସହ ଡିନର ଡେଟରେ ଯାଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନାପସନ୍ଦ କରୁଥିବା ଦେଖାଯାଇଛି। ଏହା ସହ କିଛି ଲୋକ ଅଭିନେତ୍ରୀଙ୍କୁ ଏଥିପାଇଁ  ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏଭଳି କରି ସେ ନିଜ ପୁଅ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବୃଦ୍ଧ ମା’ଙ୍କ ସହିତ ତାଙ୍କ ପୁଅ ଅର୍ଜୁନ’।

ସମ୍ବନ୍ଧିତ ଖବର