ମୁମ୍ବାଇ: ନିଜର ଫ୍ୟାସ୍ନ ସେନ୍ସ ଏବଂ ଫିଟ୍ନେସ୍ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ମଲ୍ଲାଇକା ଆରୋରା । ତାଙ୍କୁ ଅନେକ ଫ୍ୟାସନ ଇଭେଣ୍ଟମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାଏ । ଏତେ ବର୍ଷ ବୟସରେ ମଧ୍ୟ ସେ ନିଜକୁ ଯେପରି ଫିଟ୍ ରଖିଛନ୍ତି ତାକୁ ନେଇ ଅନେକ ଅନୁପ୍ରାଣିତ ମଧ୍ୟ ହୋଇଛନ୍ତି । ତେବେ ସବୁ ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲ୍ଲାଇକା ଏବେ ଏକ ନୂଆ କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
/sambad/media/post_attachments/wp-content/uploads/2018/07/download-2-21.jpg)
କିଛି ଦିନ ତଳେ ତାଙ୍କୁ ଏକ ଫ୍ୟାସନ ଇଭେଣ୍ଟରେ ନୃତ୍ୟ ପ୍ରଦର୍ଶନ କରିବାକୁ ଥିବା ବେଳେ ସେ ଶେଷ ମୂହୁର୍ତ୍ତରେ ମନା କରିଦେଇଥିବା ଜଣା ପଡ଼ିଛି । ଏହି ଇଭେଣ୍ଟ ପାଇଁ ଟିକେଟ ବିକ୍ରି ସରିଥିବା ବେଳେ ତାଙ୍କୁ ଠିକ୍ ସମୟରେ ଟଙ୍କା ମିଳି ନଥିବାରୁ ସେ ଏପରି କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ଏହି ଇଭେଣ୍ଟଟି ହେବାକୁ ଥିବା ବେଳେ ଯିବା ପାଇଁ ସବୁ ପ୍ରସ୍ତୁତି କରି ସାରିଥିଲେ ମଲ୍ଲାଇକା । କିନ୍ତୁ ଦେଇଥିବା ତାରିଖରେ ଇଭେଣ୍ଟ କମ୍ପାନି ମଲ୍ଲାଇକାଙ୍କୁ ଟଙ୍କା ଦେଇ ନଥିଲେ । କମ୍ପାନିର ଏଭଳି ବ୍ୟବହାରରେ ରାଗି ମଲ୍ଲାଇକା ସୋ’କୁ ଯିବେ ନାହିଁ ବୋଲି ମନା କରି ଦେଇଥିବା ଜଣା ପଡ଼ିଛି ।