ନୂଆଦିଲ୍ଲୀ: ମଲାଇକା ଅରୋରା ଓ ଅର୍ଜୁନ କପୁର ବଲିଉଡର ଜଣେ ଚର୍ଚ୍ଚିତ ଯୋଡ଼ି। ଦୁହିଁଙ୍କ ବନଡିଂ ଓ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ଖବୁ ପସନ୍ଦ କରିଥାଆନ୍ତି। ଯେବେଠାରୁ ଦୁହେଁ ନିଜର ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି, ସେବେଠାରୁ ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ। ନୂଆବର୍ଷ ଆରମ୍ଭରୁ ମଲାଇକା ଓ ଅର୍ଜୁନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଦୁହିଁଙ୍କ ରୋମାଣ୍ଟିକ ଶୈଳୀ ଦେଖିବାକୁ ମିଳୁଛି।

Advertisment

ନୂଆବର୍ଷର ସ୍ବାଗତ କିଛି କଳାକାର ବିଦେଶରେ କରିଥିବା ବେଳେ ଅନ୍ୟମାନେ ଦେଶର ଅନ୍ୟ ରାଜ୍ୟରେ  ରହି ନିଜନିଜ ଶୈଳୀରେ ନୂଆବର୍ଷ ପାଳନ କରିଛନ୍ତି। ଏହି କ୍ରମରେ ମଲାଇକା ବି ନୂଆବର୍ଷକୁ ଖବୁ ଧୁମଧାମରେ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଫଟୋରେ ମଲାଇକା ଅର୍ଜୁନଙ୍କ ଗାଲରେ ଏକ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ଯାହାକୁ ଦୁହିଁଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି।

ଅରବାଜ ଖାନ ଓ ମଲାଇକା ୧୯ବର୍ଷ ଧରି ସମ୍ପର୍କରେ ରହିଥିଲେ। ୨୦୧୭ରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ମଲାଇକା ଅର୍ଜୁନ ସହିତ ଘନିଷ୍ଠ ହୋଇ ଡେଟ କରିବାକୁ ଲାଗିଥିଲେ। କିଛିଦିନ ଦୁହେଁ ଏହି ସମ୍ପର୍କକୁ ଲୁଚାଇଥିବା ବେଳେ  ପରେ ସୋସିଆଲ ମିଡିଆରେ ନିଜର ଏକ ଫଟୋ  ସେୟାର କରି ଏହି ସମ୍ପର୍କ ବିଷୟରେ ଜଣାଇଦେଇଥିଲେ।