ଏହି କାରଣ ପାଇଁ ଅର୍ଜୁନଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ ମଲ୍ଲାଇକା

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ନ୍ୟୁୟର୍କରେ ସାଙ୍ଗରେ ସମୟ ବିତାଉଥିବାର ନଜର ଆସିଥିଲେ । ଦୁହେଁ ନିଜର ପ୍ରେମ ସଂପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ବକୁ ଦୂର କରିବା ସହ ଅଧିକାରୀକ ଭାବେ ପ୍ରେମ ସଂପର୍କରେ ଥିବା ନେଇ ଘୋଷଣା କରିଥିଲେ । ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦୁହେଁ ନ୍ୟୁୟର୍କ ଯାଇଥିବା ବେଳେ ଜନ୍ମଦିନରେ ମଲ୍ଲାଇକାଙ୍କ ପୋଷ୍ଟ ସବୁ କିଛି ସଫା କରି ଦେଇଥିଲା । ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟାଇ ଶେଷରେ ମଲ୍ଲାଇକା ଅର୍ଜୁନଙ୍କ ସହ ପ୍ରେମ ସଂପର୍କରେ ଥିବା ନେଇ ସ୍ୱୀକାର କରିଥିଲେ । ତେବେ ଅର୍ଜୁନଙ୍କ ଆଡ଼କୁ କେଉଁ କାରଣ ପାଇଁ ମଲ୍ଲାଇକା ଆକର୍ଷିତ ହୋଇଥିଲେ ତାହା ଏବେ ଜଣାଇଛନ୍ତି ।

BollywoodShaadis.com

ଏକ ସାକ୍ଷାତକାରରେ ମଲ୍ଲାଇକା କହିଛନ୍ତି, କିଏ ତୁମକୁ ଭଲ ଭାବରେ ବୁଝି ପାରୁଛି, ତାହା ଜାଣିବା କଷ୍ଟ । କିନ୍ତୁ ଅର୍ଜୁନଙ୍କ ସହ ସମୟ ବିତାଇବା ପରେ ସେ ମୋତେ ଭଲ ଭାବରେ ବୁଝି ପାରୁଥିବା କଥା ମୁଁ ଜାଣିଥିଲି । ସେ ମୋତେ ସବୁ ସମୟରେ ହସାଇବା ପାଇଁ ଚାହୁଁଥିବା ସହ ମୋତେ ଭଲ ଭାବରେ ଜାଣିଛନ୍ତି । ଯାହା ମୋତେ ତାଙ୍କ ଆଡ଼କୁ ଆକର୍ଷିତ କରିଛି ।

ସମ୍ବନ୍ଧିତ ଖବର