ମୁମ୍ବାଇ : ବଲିଉଡ୍ରେ ବିବାହ ଋତୁ ଚାଲିଥିବା ବେଳେ ଅଭିନେତ୍ରୀ ମଲ୍ଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ମଧ୍ୟ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି । ଦୁହିଁଙ୍କ ପକ୍ଷରୁ ଏ ନେଇ ଅଧିକାରୀକ ଭାବରେ କୌଣସି ପ୍ରକାରର ଘୋଷଣା କରାଯାଇ ନଥିବା ବେଳେ ଦୁହେଁ ବିବାହ କରିବା କଥା ଭାବୁଥିବା ଚର୍ଚ୍ଚା ଏବେ ଜୋର ଧରିଛି । ଏ ସବୁ ମଧ୍ୟରେ ଏବେ ମଲ୍ଲାଇକାଙ୍କ ପ୍ରଥମ ପ୍ରେମ ବିଷୟରେ ଜଣା ପଡ଼ିଛି । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
The Statesmanସମସ୍ତେ ଅର୍ବାଜ୍ ତାଙ୍କର ପ୍ରଥମ ପ୍ରେମ ବୋଲି ଭାବୁଥିବା ବେଳେ ସେ ଏହାକୁ ଭୁଲ ବୋଲି କହି ମୋର ପ୍ରଥମ ପ୍ରେମ ଟେଲିଭିଜନ ବୋଲି କହିଥିଲେ । ଏକ ସାକ୍ଷାତକାର ବେଳେ ଫିଲ୍ମରେ କାମ କରିବା ପରିବର୍ତ୍ତେ ଆପଣ କ’ଣ ପାଇଁ ଟିଭିରେ କାମ କରୁଛନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତରରେ ମୋର ପ୍ରଥମ ପ୍ରେମ ଟେଲିଭିଜନ ବୋଲି କହିଥିଲେ ମଲ୍ଲାଇକା । ମୁଁ କେବେ ହେଲେ ଫିଲ୍ମରେ କାମ କରିବାକୁ ଇଚ୍ଛା କରି ନଥିଲି, ଯେଉଁଥି ପାଇଁ ମୁଁ ଫିଲ୍ମରେ ଅଭିନୟ ନ କରି କେବଳ ଆଇଟମ୍ ଗୀତ କରେ ବୋଲି ମଲ୍ଲାଇକା କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/arbaaz_Feature.jpg)