ଭାରତରୁ ଟିକ୍‌ଟକ୍‌ ବ୍ୟାନ ହେବା ପରେ ସେଲିବ୍ରିଟିମାନେ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରୁ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ବ୍ୟାନ ହେବା ପରେ ଭିନ୍ନ ମହଲରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଟିକ୍‌ଟକ୍‌ ବ୍ୟାନ୍‌କୁ ସମର୍ଥନ କରୁଥିବା ବେଳେ ଆଉ କେହି ନାପସନ୍ଦ କରିଛନ୍ତି। ବିଶେଷ କରି ଟିକ୍‌ଟକ୍‌ ବ୍ୟବହାରକାରୀମାନେ ଏହି ଆପ୍‌କୁ ବ୍ୟାନ୍‌ କରାଯିବା ପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି କିଛି ସେଲିବ୍ରେଟି ଟିକ୍‌ଟକ୍‌ ବ୍ୟ‌ାନ ପରେ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି ତ ଆଉ କେହି  ଏହାକୁ ଥଟ୍ଟା ବି କରିଛନ୍ତି।

ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ପୋଷ୍ଟ୍‌ରେ ଦେଖିବାକୁ ମିଳିଛି କି ଟିଭି ସ୍କ୍ରୋଲ୍‌ରେ ଭାରତରୁ ଟିକ୍‌ଟକ୍‌ ବ୍ୟାନ୍‌ ବୋଲି ଖବର ଦେଉଛି। ତାହାର ସ୍କ୍ରିନ୍‌ସଟ୍‌ ସେୟାର କରି ମଲାଇକା ଲେଖିଛନ୍ତି କି ଲକ୍‌ଡାଉନ୍‌ ଭିତରେ ଶୁଣିଥିବା ସବୁଠାରୁ ଭଲ ଖବର। ସେହିପରି ସିନେ ନିର୍ଦ୍ଦେଶିକା ଫର୍‌ହା ଖାନ୍‌‌ ଲେଖିଛନ୍ତି, ‘ଚାଇନିଜ୍‌ ଚେଞ୍ଜିଂ ମ୍ୟାପ୍‌, ଇଣ୍ଡିଆ ବ୍ୟାନିଂ ଆପ୍‌( ଚୀନ ମାନଚିତ୍ର ବଦଳାଉଛି, ଭାରତ ଆପ୍‌ ବ୍ୟାନ୍‌ କରୁଛି)।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ସଂଘର୍ଷର ଜବାବ ଦେବାକୁ ଭାରତ ଟିକ୍‌ଟକ୍‌ ସମତେ ୫୯ଟି ଚାଇନିଜ୍ ଆପ୍‌କୁ ଦେଶରୁ ବ୍ୟାନ୍‌ କରିଛି।

ସମ୍ବନ୍ଧିତ ଖବର