ମୁମ୍ବାଇ: ଆଖି ବନ୍ଦ କରି ବିଶ୍ୱାସ କରିପାରୁଥିବା ଲୋକଙ୍କୁ ମୁଁ ପସନ୍ଦ କରେ | ଏଭଳି ଇନଷ୍ଟା ଷ୍ଟୋରୀ ରଖି ପୁଣି ବ୍ରେକ୍ଅପ ଚର୍ଚ୍ଚା ବଢ଼ାଇଲା ମଲାଇକା। ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କରେ ଫାଟ ପଡ଼ିଥିବା ଚର୍ଚ୍ଚା ହେଉଥିଲା। ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି। ହେଲେ ଏଭଳି ଚର୍ଚ୍ଚା ମଧ୍ୟରେ ଦୁହେଁ ଲଞ୍ଚ ଓ ଡିନର ଡେଟରେ ସାଙ୍ଗରେ ନଜର ଆସିବାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଥିବା ଭାବିଥିଲେ ସେମାନଙ୍କ ପ୍ରଶଂସକ।

Advertisment

ଏବେ କିଛି ମାସ ପରେ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି | ଅର୍ଜୁନଙ୍କ ଜନ୍ମଦିନ ପାର୍ଟିକୁ ନଯିବା ସହ ମଲାଇକା ଇନଷ୍ଟାରେ ଯେଉଁ ଷ୍ଟୋରୀ ରଖିଛନ୍ତି ତାହା ଏବେ ଦୁହିଁଙ୍କ ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଛି | ଅଭିନେତ୍ରୀ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, "ମୁଁ ସେହି ଲୋକମାନଙ୍କୁ ପସନ୍ଦ କରେ ଯାହାକୁ ମୁଁ ଆଖି ବନ୍ଦ କରି ବିଶ୍ୱାସ କରିପାରିବି।" ତାଙ୍କର ଏଭଳି ପୋଷ୍ଟ ପୁଣିଥରେ ବ୍ରେକଅପ ଚର୍ଚ୍ଚା ବଢ଼ାଇଛି |

କିଛି ମାସ ପୂର୍ବରୁ ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ ଯେ, “ମହିଳାଙ୍କ ହାବଭାବ ତୁମ ବ୍ୟବହାର ଉପରେ ନିର୍ଭର କରେ। ଯଦି ସେ କିପରି ଅଭିନୟ କରୁଛନ୍ତି ତାହା ତୁମକୁ ପସନ୍ଦ ଆସୁନାହଁ, ତେବେ ତୁମେ ତାଙ୍କୁ କିପରି ବ୍ୟବହାର କରୁଛ ତାହା ଦେଖ।”