ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି । ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଉଭୟ ଜୀବନ ସହିତ ଜଡ଼ିତ ଅନେକ ଘଟଣା ଦୁର୍ଘଟଣାକୁ ସେ ତାଙ୍କ ଫ୍ୟାନଙ୍କ ସହ ସୋସିଆଲ ମିଡିଆ ଜରିଆରେ ଆଲୋଚନା କରିଥାଆନ୍ତି।
ଅଭିନେତା ଅର୍ଜୁନ କପୁରଙ୍କ ସହିତ ମଲାଇକାଙ୍କ ବିଚ୍ଛେଦ ହୋଇଯିବା ପରେ ଅଭିନେତ୍ରୀଙ୍କୁ ଜଣେ ମିଷ୍ଟ୍ରିମ୍ୟାନଙ୍କ ସହ ଦେଖିବାକୁ ମିଳୁଛି। ଦୁହିଁଙ୍କ କିଛି ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।
ନିକଟରେ ମଲାଇକା ଅରୋରା ପଞ୍ଜାବୀ ଗାୟକ ଏପି ଢ଼ିଲ୍ଲୋଙ୍କ କନ୍ସର୍ଟରେ ନଜର ଆସିଥିଲେ। ଏହି ସମୟ ଲୋକେ ଅଭିନେତ୍ରୀଙ୍କୁ ଉକ୍ତ ମିଷ୍ଟ୍ରିମ୍ୟାନଙ୍କ ସହିତ ଦେଖିବାକୁ ପାଇଥିଲେ।
ସୂଚନାଯୋଗ୍ୟ ଯେ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ପରେ ମଲାଇକା ଅରୋରାଙ୍କ ନାମ ଫ୍ୟାସନ ଷ୍ଟାଇଲିଷ୍ଟ ରାହୁଲ ବିଜୟଙ୍କ ସହ ଯୋଡ଼ି ହୋଇଛି। ସମ୍ପ୍ରତି ଦୁହେଁ ଏପିଙ୍କ କନସର୍ଟରେ ଏକାଠି ନଜର ଆସିଥିଲେ।
କେବଳ ଏତିକି ନୁହେଁ ରାହୁଲ ନିଜ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ମଲାଇକାଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି। ମଲାଇକା ମଧ୍ୟ ରାହୁଲଙ୍କ ଏହି ପୋଷ୍ଟକୁ ରିସେୟାର କରିଛନ୍ତି।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଅର୍ଜୁନ କପୁର ମଲାଇକାଙ୍କ ସହ ତାଙ୍କର ବ୍ରେକଅପ୍ ନିଶ୍ଚିତ କରିଥିଲେ। ଏଭଳି ପରିସ୍ଥିତିରେ ମଲାଇକାଙ୍କ ଜୀବନରେ ଏତେ ଶୀଘ୍ର ଜଣେ ମିଷ୍ଟ୍ରିମ୍ୟାନ ଆସିଯିବା ଘଟଣାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।