ମୁମ୍ବାଇ: ନିକଟରେ ନିଜ ପ୍ରଶଂସକଙ୍କ ଅପେକ୍ଷାକୁ ଅନ୍ତ ଘଟାଇ ବଲିଉଡ୍ର ହଟ୍ ଗାର୍ଲ ମଲାଇକା ଅରୋରା ସୋସିଆଲ୍ ମିଡ଼ିଆରେ ବୟଫ୍ରେଣ୍ଡ୍ ଅର୍ଜୁନ କପୁରଙ୍କ ୩୪ ତମ ଜନ୍ମଦିବସରେ ଅର୍ଜୁନ ଓ ସେ ପ୍ରେମ ସଂପର୍କରେ ରହିଥିବା ସ୍ୱୀକାର କରିଛନ୍ତି।
ସୂଚନା ଅନୁସାରେ ଅଭିନେତ୍ରୀ ମଲାଇକା ଅରୋରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଜୁନ କପୁରଙ୍କ ସହିତ ତାଙ୍କର ରହିଥିବା ପ୍ରେମସଂପର୍କକୁ ନେଇ ଖୋଲାଖୋଲି କଥା ହୋଇଥିଲେ। ଏଥିରେ କି ଉଭୟଙ୍କ ସଂପର୍କରେ ରହିଥିବା ବୟସର ବ୍ୟବଧାନ ଏବଂ ବିବାହ ପାଇଁ ଡେଟ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର କଡ଼ା ଜବାବ୍ ଦେଇଛନ୍ତି ମଲାଇକା। ଯେତେବେଳେ ମଲାଇକାଙ୍କୁ ଛାଡ଼ପତ୍ର ପରେ ପୁଣି ପ୍ରେମସଂପର୍କକୁ ନେଇ ପ୍ରଶ୍ନ ହୋଇଥିଲା ,ସେତେବେଳେ ସେ ଛାଡ଼ପତ୍ର ପରେ ପୁଣି କେବେ ପ୍ରେମସଂପର୍କରେ ରହିବା କଥା ଭାବି ନଥିଲେ ,କାରଣ ତାଙ୍କ ମନରେ ହୃଦୟ ଭାଙ୍ଗିବାର ଡର ରହିଥିଲା। ହେଲେ ସେ ପ୍ରେମ ଓ ଭଲପାଇବା ଚାହୁଁଥିଲେ, ଏବଂ ଅର୍ଜୁନ ତାଙ୍କର ଏହି ବିଶ୍ୱାସ ଜନ୍ମାଇଛନ୍ତି ବୋଲି ସେ କହିଛନ୍ତି।
ତେବେ ମଲାଇକା ଅରୋରାଙ୍କୁ ଯେତେବେଳେ ବୟଫ୍ରେଣ୍ଡ୍ ଅର୍ଜୁନ କପୁରଙ୍କଠାରୁ ବୟସର ତାରତମ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା,ସେତେବେଳେ ସେ ତାଙ୍କୁ ଟ୍ରୋଲ୍ କରିଥିବା ଟ୍ରୋଲର୍କୁ ମୁହଁତୋଡ଼ା ଜବାବ୍ ଦେଇଥିଲେ। ଏଥିସହିତ ସେ କହିଥିଲେ କି ଯେବେ ଆମେ କୌଣସି ପ୍ରେମସଂପର୍କରେ ରହିଥାଉ ,ସେତେବେଳେ ବୟସର ତାରତମ୍ୟ କିଛି ବି ଫରକ ପକାଏ ନାହିଁ, କାରଣ ଦୁଇ ହୃଦୟର ମିଳନ ଲାଗି ଏଥିରେ କିଛି ଅସୁବିଧା ନାହିଁ।
ଯେଉଁଠି ବୟସ୍କ ବ୍ୟକ୍ତି ଏକ କମ୍ ବୟସର ଝିଅକୁ ରୋମାନ୍ସ କରୁଛି, ହେଲେ ସେହି କଥା ଯଦି ମହିଳାଙ୍କ ସହିତ ଘଟୁଛି ତ ସେତେବେଳେ ଆମେ ମହିଳାଙ୍କୁ ବୁଢ଼ୀ ବୋଲି କହୁଛୁ। ତେବେ ଯେଉଁ ଲୋକଙ୍କର ଏଭଳି ଭାବନା ରହିଛି ତାଙ୍କୁ ସେ ‘ଭାଡ୍ ମେଁ ଯାଓ ବୋଲି କହିଛନ୍ତି ମଲାଇକା। ତେବେ ଅର୍ଜୁନ ଓ ତାଙ୍କର ବିବାହକୁ ନେଇ ସେ କୌଣସି ଟିପ୍ପଣୀ ବେବେନି ବୋଲି କହିବା ସହିତ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ଜଣାଇଛନ୍ତି।