ଅର୍ଜୁନଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ମଲ୍ଲାଇକା, କହିଲେ; ଯେମିତି ସଂପର୍କ ମୁଁ ଚାହୁଁଥିଲି, ମୋତେ ମିଳିଯାଇଛି, ମୁଁ ବହୁତ ଖୁସି

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ନ୍ୟୁୟର୍କରେ ସାଙ୍ଗରେ ସମୟ ବିତାଉଥିବା ବେଳେ ଦୁହେଁ ନିଜର ପ୍ରେମ ସଂପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ବ ଦୂର କରି ଦେଇଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦୁହେଁ ନ୍ୟୁୟର୍କ ଯାଇଥିବା ବେଳେ ଜନ୍ମଦିନରେ ମଲ୍ଲାଇକାଙ୍କ ପୋଷ୍ଟ ସବୁ କିଛି ସଫା କରି ଦେଇଥିଲା । ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟାଇ ଶେଷରେ ମଲ୍ଲାଇକା ଅର୍ଜୁନଙ୍କ ସହ ପ୍ରେମ ସଂପର୍କରେ ଥିବା ନେଇ ସ୍ୱୀକାର କରିଥିଲେ ।

ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ, ମୋର ଛାଡ଼ପତ୍ର ହେବା ପରେ ମୁଁ ପୁଣି ଥରେ ପ୍ରେମରେ ପଡ଼ିବି, ସେ ବିଷୟରେ କେବେ ଭାବି ନଥିଲି । ମୋ ହୃଦୟ ପୁଣି ଥରେ ଭାଙ୍ଗି ନ ଯାଉ, ସେ ନେଇ ମଧ୍ୟ ମୁଁ ଡ଼ରୁଥିଲି । କିନ୍ତୁ ଏବେ ମୁଁ ଯେଭଳି ପ୍ରେମ ସଂପର୍କ ଚାହୁଁଥିଲି, ତାହା ମୋତେ ମିଳିଛି । ଯାହା ପାଇଁ ମୁଁ ବହୁତ ଖୁସି ବୋଲି କହିଥିଲେ ମଲ୍ଲାଇକା ।

Dailyhunt

ବୟସରେ ଥିବା ପାର୍ଥକ୍ୟକୁ ନେଇ ପଚରାଯିବା ପରେ, ଯେତେବେଳେ ଆପଣ ପ୍ରେମ ସଂପର୍କରେ ଥାନ୍ତି, ତେବେ ବୟସ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ । କେବଳ ଦୁଇଟି ହୃଦୟ ମିଶିବା ଦରକାର ବୋଲି କହିଥିଲେ ମଲ୍ଲାଇକା ।

ସମ୍ବନ୍ଧିତ ଖବର