ନିଜ ଠାରୁ କମ ବୟସର ଯୁବକଙ୍କୁ ଭଲ ପାଇବାକୁ ନେଇ ମଲାଇକା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବହୁ ସଂଖ୍ୟାରେ ଫ୍ୟାନ ରହିଛନ୍ତି।ମଲାଇକା ତାଙ୍କ ଲୁକ, ଫିଟନେସ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ମଲାଇକା ଏକ ସାକ୍ଷାତକାରରେ ଅର୍ଜୁନ କପୁରଙ୍କ ସହିତ ଥିବା ଭଲ ପାଇବାକୁ ସେ ଖୋଲା‌ଖୋଲି ଭାବେ ସମସ୍ତଙ୍କ ସହିତ ସେୟାର କରିଛନ୍ତି।

ମଲାଇକା କହିଛନ୍ତି, ‘ସମାଜରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କ ପ୍ରତିଟି କଥାରେ ଦୋଷ ବାହା‌ର କରିବେ। ମୋର ଯେତେବେଳେ ବିବାହ ବିଚ୍ଛେଦ ହୋଇଥିଲା , ମୋତେ କୁହାଯାଇଥିଲା ତୁମେ ଛାଡ଼ପତ୍ର କାହିଁକି ନେଲ। ସବୁବେଳେ ଏହି ଛାଡ଼ପତ୍ରର ନାମ ତୁମ ନାମ ସହିତ ଯୋଡ଼ି ହୋଇ ରହିବ।

ସେମିତି ଅର୍ଜୁନଙ୍କ ସହିତ ସମ୍ପର୍କରେ ଆସିବା ପରେ ଲୋକେ କହିଲେ ୟାକୁ କେମତି ଭଲ ପାଇବା ମିଳିଲା, ପୁଣି ବୟସରେ ସାନ ଥିବା ଯୁବକ କିପରି ଭଲ ପାଇଲା। ତେଣୁ ଲୋକଙ୍କ କଥାକୁ ଦେଖିଲେ ଶୁଣିଲେ ଆପଣ ଆଗକୁ ବଢ଼ି ପାରିବେ ନାହିଁ। ଆପଣ ଯେଉଁଥିରେ ଖୁସି ହେଉଛନ୍ତି ସେ ଦିଗରେ ଆଗେଇ ଚାଲନ୍ତୁ।

ଅର୍ଜୁନଙ୍କ କଥା କହିବାକୁ ଗଲେ ମୁଁ କହିବି, ‘ବିବାହ ବିଚ୍ଛେଦ ପରେ ଅର୍ଜୁନଙ୍କ ଭଳି ମଣିଷକୁ ମୋ ଜୀବନରେ ପଠାଇଥିବାରୁ ଭଗବାନଙ୍କୁ ଅ‌‌ଶେଷଅଶେଷ ଧନ୍ୟବାଦ। ଅର୍ଜୁନ ମୋ’ ଠାରୁ ବୟସରେ ସାନ କିନ୍ତୁ ତାଙ୍କର ବୁଝିବା ଓ ବୁଝେଇବା ଶକ୍ତି ମୋ ଠାରୁ ଅଧିକ ରହିଛି। ଅର୍ଜୁନଙ୍କୁ ଭଲ ପାଇ ମୋ ଜୀବନରେ ରଙ୍ଗ ଭରି ଯାଇଛି। ମୁଁ ନିଜକୁ ଯୁବା ଅନୁଭବ କରୁଛି।’

ସମ୍ବନ୍ଧିତ ଖବର