ମୁମ୍ବାଇ: ସବୁବେଳେ ନିଜ ଚାଲିବା ଶୈଳୀକୁ ନେଇ ଟ୍ରୋଲ ହେଉଥିବା ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବେ ନିଜ ପେଟରେ ଥିବା ଷ୍ଟ୍ରେଚ୍ ମାର୍କ ପାଇଁ ଟ୍ରୋଲ ହୋଇଛନ୍ତି। ଏକ ଇଭେଣ୍ଟରେ ମଲାଇକା ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ତାଙ୍କ ପେଟ ନଜର ଆସିବା ସହ ଏଥିରେ ଥିବା ଷ୍ଟ୍ରେଚ୍ ମାର୍କ ଦେଖାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ଏବେ ତାଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରୁଥିବା ଜଣାପଡ଼ିଛି।
ଜଣେ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ, ପ୍ରସବ ପରେ ଏଭଳି ଷ୍ଟ୍ରେଚ୍ ମାର୍କ ଆସିବା ସ୍ବାଭାବିକ। ହେଲେ ସର୍ବସାଧାରଣରେ ଏହାକୁ ଏଭଳି ଦେଖାଇବା ଠିକ ନୁହେଁ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସବୁବେଳେ ଏଭଳି ଅଜବ ପୋଷାକା ପିନ୍ଧି ଚାଲି ଆସୁଛନ୍ତି। ସବୁ ନଜର ଆସୁଛି।
ତେବେ କିଛି ତାଙ୍କୁ ଟ୍ରୋଲ କରିଥିବା ବେଳେ କିଛି ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ବୟସ ବଢ଼ିବା ସହ ମଲାଇକା ଯେଭଳି ଭାବେ ନିଜକୁ ଫିଟ ରଖିଛନ୍ତି, ତା’ର ପ୍ରଶଂସା ଲୋକେ କରିଥିବା ଦେଖାଯାଇଛି। ଏହା ପୂର୍ବରୁ ତାଙ୍କ ଚାଲିକୁ ନେଇ ସେ ଟ୍ରୋଲ ହୋଇସାରିଛନ୍ତି। ତାଙ୍କ ଚାଲିକୁ ଲୋକେ ବତକ ସହ ତୁଳନା କରିଥିବା ବେଳେ ମଲାଇବା ଏହାକୁ ହସି ହସି ଗ୍ରହଣ କରିଥିବା ଦେଖାଯାଇଛି।
ତେବେ କିଛି ଦିନ ତଳେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ ଦ୍ବିତୀୟ ବିବାହ କରିବା ନେଇ ମଲାଇକା ଦେଇଥିବା ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ଅର୍ଜୁନଙ୍କ ସହ ଥିବା ସମ୍ପର୍କକୁ “ପରବର୍ତ୍ତୀ ସ୍ତରକୁ” ନେବାକୁ ଏବଂ ଅଭିନେତାଙ୍କ ସହ ଘର ବସେଇବାକୁ ପସନ୍ଦ କରିବେ ବୋଲି କହିଥିଲେ।