ନିଜ ଶରୀରର କେଉଁ ଅଙ୍ଗର ବୀମା କରାଇବାକୁ ଚାହୁଁଛ ବୋଲି ପଚରାଯିବା ପରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଲେ ମଲ୍ଲାଇକା

ମୁମ୍ବାଇ : ସବୁବେଳେ ନିଜ ଆଇଟମ୍‌ ଗୀତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲ୍ଲାଇକା ଆରୋରା ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅରବାଜ୍‌ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନଙ୍କ ସହ ତାଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ ନିଜ ସଂପର୍କକୁ ଆଗକୁ ବଢ଼ାଇବା ବୋଲି ଭାବୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏତେ ସବୁ ଚର୍ଚ୍ଚା ମଧ୍ୟରେ ସେ ଯାଇ ପହଞ୍ଚିଥିଲେ ଅନାଇଜା ଶ୍ରଫ୍‌ଙ୍କ ସୋ’ ଫିଟ୍‌ ଅପ୍‌ ଉଇଥ୍‌ ଷ୍ଟାରରେ ।

redandblackonline.com

ଏଠାରେ ତାଙ୍କୁ ଅନାଇଜାଙ୍କ ଅନେକ କଠିନ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । ଅନାଇଜା ତାଙ୍କୁ ଅନେକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିବା ବେଳେ ନିଜ ଶରୀରର କେଉଁ ଅଙ୍ଗର ସେ ବୀମା କରାଇବାକୁ ଚାହିଁବେ ବୋଲି ପଚାରିଥିଲେ । ଏହି ପ୍ରଶ୍ନ ଶୁଣିବା ପରେ ମଲ୍ଲାଇକା ହସିବା ସହ ମୁଁ ମୋ ନିତମ୍ବର ବୀମା କରାଇବାକୁ ଚାହେଁ ବୋଲି କହିଥିଲେ । ଏହି ଉତ୍ତର ଶୁଣିବା ପରେ ଅନାଇଜା ଜୋରରେ ହସିବା ସହ ନିଜ ସୋ’କୁ ଆଗକୁ ବଢ଼ାଇଥିଲେ ।

ସମ୍ବନ୍ଧିତ ଖବର