ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ସେମାନଙ୍କ ବ୍ରେକଅପକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମଲାଇକା ଏବଂ ଅର୍ଜୁନ ପୁଣି ଥରେ ସମ୍ପର୍କ ଯୋଡିଛନ୍ତି। ମଲାଇକାଙ୍କ ଏକ ପୋଷ୍ଟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ସେ ଆଜି ୪୦ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ମଲାଇକା, ଅର୍ଜୁନଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଲାଇକା ଏକ ବୁମେରାଂ ସେୟାର କରିଛନ୍ତି ଯେଉଁଥିରେ ଅର୍ଜୁନ ଡେଉଁଥିବାର ଦେଖାଯାଉଛି। ବୁମେରାଂ ସେୟାର କରି ସେ ଲେଖିଛନ୍ତି - 'ଜନ୍ମଦିନର ଶୁଭେଚ୍ଛା ଅର୍ଜୁନ କପୁର।'

मलाइका अरोड़ा ने खास अंदाज में किया अर्जुन कपूर को बर्थडे विश, क्या दोनों का हो गया है पैचअप?

ଗତ ବର୍ଷ, ମଲାଇକା ଅର୍ଜୁନଙ୍କ ଜନ୍ମଦିନରେ କୌଣସି ପୋଷ୍ଟ ସେୟାର କରିନଥିଲେ କିମ୍ବା ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇନଥିଲେ। ଏହାର କିଛି ସମୟ ପରେ, ଅର୍ଜୁନ କପୁର ଏକ ସାକ୍ଷାତକାରରେ ନିଶ୍ଚିତ କରିଥିଲେ ଯେ ସେ ବ୍ରେକଅପ୍ କରିସାରିଛନ୍ତି ଏବଂ ଏକାକୀ ଅଛନ୍ତି।

ଗତବର୍ଷ କୌଣସି ପୋଷ୍ଟ କରିନଥିବା ମଲାଇକା ଏବର୍ଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁହେଁ ପ୍ୟାଚ୍‌ଅପ କରିସାରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।