ନୂଆଦିଲ୍ଲୀ: ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଥିବା ମଲାଇକା ଆରୋରା ନିକଟରେ ଏକ ସାକ୍ଷାତକାରରେ ନିଜର ଦ୍ୱିତୀୟ ଥର ବିବାହ ବିଷୟରେ ଖୋଲିକି କଥା ହୋଇଛନ୍ତି। ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ଅର୍ଜୁନଙ୍କ ସହ ଥିବା ସମ୍ପର୍କକୁ “ପରବର୍ତ୍ତୀ ସ୍ତରକୁ” ନେବାକୁ ଏବଂ ଅଭିନେତାଙ୍କ ସହ ଘର ବସେଇବାକୁ ପସନ୍ଦ କରିବେ। କାରଣ ସେ ଭାବନ୍ତି ଯେ ଉଭୟ ‌ଏବେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି।

Advertisment

ଯେତେବେଳେ ମଲାଇକାଙ୍କୁ ଦ୍ୱିତୀୟ ଥର ବିବାହ ବିଷୟରେ ପଚରାଗଲା ତ ସେ କହିଥିଲେ, ‘ମୁଁ ଏ ବିଷୟରେ ଚିନ୍ତା କରିଛି। ଲୋକ ଭାବୁଛନ୍ତି ଯେ ଦ୍ବିତୀୟ ବିବାହ କରିବାକୁ ମୁଁ ଟିକେ ସଂକୋଚ କରିପାରେ। ମାତ୍ର ଏହା ସତ ନୁହେଁ।’

ସେ ଆହୁରି ବି କହିଛନ୍ତି ଯେ ‘ମୁଁ ପରିସ୍ଥିତି ଓ ପ୍ରେମ ଉପରେ ଭରସା କରେ। ଯାହାବି ହେଉ, ମୁଁ କେବେ ବାହା ହେବି କିନ୍ତୁ ତାହା ଏବେ କହିପାରିବି ନାହିଁ। କାରଣ ମୁଁ ଜୀବନର କିଛି ମୁହୂର୍ତ୍ତକୁ ଯୋଜନା ନକରି ବଞ୍ଚିବାକୁ ଚାହେଁ। ଯୋଜନା କିଛି ମାତ୍ରାରେ ଖୁସିକୁ ଛଡ଼ାଇ ନେଇଥାଏ।’ଯେତେବେଳେ ତାଙ୍କୁ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କ ବିଷୟରେ ପଚରାଗଲା ତ ସେ କହିଥିଲେ କି ବାସ୍ତବ ପ୍ରେମ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।

‘ସେ ମୋର , ମୁଁ ବାସ୍ତବ ପ୍ରେମ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରେ। ମୋର ଜୀବନସାରା ପ୍ରେମ ବିଷୟରେ ଭୁଲ ଧାରଣା ଥାଇପାରେ, କିନ୍ତୁ ଯେତେବେଳେ ମୁଁ ତାଙ୍କୁ ଭେଟିଲି, ମୁଁ ତାଙ୍କ ସହ ଯୋଡି ହେଲି। ପ୍ରେମ କ’ଣ ଜାଣିବାକୁ ପାଇଲି।  କାହାକୁ ଏତେ ସଚ୍ଚୋଟତାର ପ୍ରେମ କରିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ’ ବୋଲି ମଲାଇକା କହିଛନ୍ତି।

ମଲାଇକା ଆରୋରା ଆହୁରି ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ୩୦ ବର୍ଷ କାମ କରିବାକୁ ଚାହୁଁଛନ୍ତି ଏବଂ ଅର୍ଜୁନଙ୍କ ସହ ଘର ବସାଇବ‌ାକୁ ପସନ୍ଦ କରିବେ। ଉଲ୍ଳେଖଯୋଗ୍ୟ, ମଲାଇକା ଆରୋରା ପୂର୍ବରୁ ଅରବାଜ ଖାନଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ଅରହାନ ଖାନ ଅଛନ୍ତି।