ମଲାଇକାଙ୍କ ସଉତୁଣୀ

ଅଜୟ ବହଲ୍‌ଙ୍କ ନୂଆ ଫିଲ୍ମ ‘ଲେଡି କିଲର୍’ର ପ୍ରେମୀଯୋଡ଼ି ଅର୍ଜୁନ କପୁର ଓ ଭୂମି ପେଦନେକର ହିମାଚଳ ପ୍ରଦେଶରେ ସୁଟିଂସେଟ୍‌ରେ ପ୍ରାୟ ଦେଢ଼ମାସ ବିତେଇଲେଣି। ସିନେମାର ଦୃଶ୍ୟାୟନ ବ୍ୟତୀତ ଉଭୟ ଅର୍ଜୁନ ଓ ଭୂମି ବ୍ୟକ୍ତିଗତ ଭାବେ କିଛି ଫଟୋ ଓ ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ଏସବୁ ଭାଇରାଲ୍ ହେଉଛି। ଏ ଦୁହିଙ୍କ କେମିଷ୍ଟ୍ରି କମ୍ବିନେସନ୍ ଅନେକଙ୍କୁ ଆକୃଷ୍ଟ କରିଛି। ଉଭୟଙ୍କ ପ୍ରଶଂସକମାନେ କମ୍ପ୍ଲିମେଣ୍ଟ କରିଛନ୍ତି। ଏମାନଙ୍କ ମଧ୍ୟରେ ଭୂମିଙ୍କ ଭଉଣୀ ସମୀକ୍ଷା ଓ ଅର୍ଜୁନଙ୍କ ଭଉଣୀ ଅଂଶୁୁଳା ଯଥାକ୍ରମେ ଲେଖିଛନ୍ତି ‘ଦୁଇଟି ସୁନ୍ଦର ହୃଦୟ ଏକାଠି’ ଏବଂ ‘ଓଃ ଯୋଡ଼ି ସୁନ୍ଦର’। ଆଉ କେତେକ ଫଟୋ ତଳେ ଚକିତ ଓ କୌତୂହଳପ୍ରଦ କଥା ଲେଖିଛନ୍ତି।

କିଏ କହିଛି ଅର୍ଜୁନ ଯଦି ଭୂମିଙ୍କ ସହ ଏଭଳି କ୍ଲୋଜ୍ ପୋଜ୍‌ର କମ୍ପୋଜ୍ ଦେବେ ତେବେ ମଲାଇକାଙ୍କ ପ୍ରତିକ୍ରିୟା କ’ଣ ରହିବ? ଅନ୍ୟ ଜଣେ ଲେଖିଛନ୍ତି-ଏହା ଦେଖିବା ପରେ ମଲାଇକା ନିଶ୍ଚିତ ଅର୍ଜୁନ ଓ ଭୂମି ରହୁଥିବା ଲୋକେସନ୍ ଅନ୍ବେଷଣ କରୁଥିବେ, ଆଉ ଅର୍ଜୁନଙ୍କ ସହ ସଉତୁଣୀ ଭୂମିଙ୍କୁ ଅସଂଯତ ଅବସ୍ଥାରେ ଦେଖିଲେ କଞ୍ଚା ଖାଇଯିବେ।

ସମ୍ବନ୍ଧିତ ଖବର