ଭୁବନେଶ୍ୱର: କେତେକ ପରଦା ପଛର ମଣିଷମାନେ ଏଥର ଦଶହରା ସିନେମାରେ କାମ କରି ନାହାନ୍ତି । ସେମାନଙ୍କ ଭିତରେ ଅଛନ୍ତି କେତେକ ସଙ୍ଗୀତ ନିର୍ଦ୍ଦେଶକ ।ଓଲିଉଡର କେତେ ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ସ୍ୱର ବି ଶୁଣିବାକୁ ମିଳୁ ନାହିଁ ଏଥର ଦଶହରା ସିନେମାରେ। ଏମାନଙ୍କ ମଧ୍ୟରେ ଅଛନ୍ତି ମଳୟ ମିଶ୍ର,ବିକାଶ ଦାସ,ବୈଦ୍ୟନାଥ ଦାସ ଓ ମନ୍ମଥ ମିଶ୍ରଙ୍କ ପରି ଜଣାଶୁଣା ସଙ୍ଗୀତକାର।
ଗତ ବର୍ଷ ପୂଜାରେ ମଳୟ ମିଶ୍ରଙ୍କ କୌଣସି ଓଡିଆ ସିନେମା ମୁକ୍ତିଲାଭ କରି ନଥିଲା,ହେଲେ ୨୦୧୬ରେ ତାଙ୍କ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’ ରିଲିଜ୍ ହୋଇଥିଲା। ୨୦୧୪ରେ ‘ପାଗଳ କରିଚୁ ତୁ’ ଓ ୨୦୧୫ରେ ‘ଭଲପାଏ ତତେ ୧୦୦ ରୁ ୧୦୦ ’ ସିନେମା ପୂଜା ବଜାରକୁ ଆସିଥିଲା ।ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବିକାଶ ଦାସ। ଏବେ ଓଲିଉଡର ସବୁଠାରୁ ବ୍ୟସ୍ତ ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାସ,କିନ୍ତୁ ତାଙ୍କର କୌଣସି ଫିଲ୍ମ ପୂଜାକୁ ଆସୁ ନାହିଁ।
/sambad/media/post_attachments/wp-content/uploads/2018/10/bikas-das-300x225.jpg)
ଠିକ୍ ସେହିପରି ଓଲିଉଡର କେତେକ ଜଣାଶୁଣା ସଂଳାପ ଲେଖକଙ୍କ ସଂଳାପ ବି ଶୁଣିବାକୁ ମିଳିବ ନାହିଁ ଏଥରର ପୂଜା ସିନେମା ଗୁଡିକରେ।୫୦ ରୁ ଅଧିକ ସିନେମାରେ ସଂଳାପ ଲେଖି ଥିବା ଡ଼ ରଜନୀ ରଂଜନ ଅଛନ୍ତି। ଅନ୍ୟପକ୍ଷରେ ଚିନ୍ମୟ ଦାସ ପଟ୍ଟନାୟକ ,ବିଜୟ ମଲ୍ଲ,ଡ଼ ନିର୍ମଳ ନାୟକ,ଓ ଦିଲୀପ ଚୌଧୁରୀଙ୍କ ଭଳି ଲୋକପ୍ରିୟ ସଂଳାପକାରଙ୍କ ର ବି କୌଣସି ସିନେମା ବି ମୁକ୍ତିଲାଭ କରୁନାହିଁ ଏଥର ପୂଜା ବଜାରରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/malay-mishra.jpg)