ଭୁବନେଶ୍ବର: ଏବେ ଓଲିଉଡରେ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏକଦମ୍ ସକ୍ରିୟ ହୋଇଯାଇଛନ୍ତି । ତାଙ୍କ ସ୍ୱରାରୋପିତ କେତୋଟି ଓଡ଼ିଆ ସିନେମା ଏବେ ରିଲିଜ୍ ଅପେକ୍ଷାରେ ରହିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ,ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଓ ସିଦ୍ଧାନ୍ତ,ସ୍ୱରାଜ,ଏଲିନା ଏବଂ ଝିଲିକ୍ ଅଭିନୀତ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’ । ଏହି ସିନେମା ପୂଜା ବଜାରକୁ ଆସିବ ବୋଲି କୁହାଯାଉଛି ।
ଏହାଛଡ଼ା ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଅନ୍ୟ ଏକ ଫିଲ୍ମ ହେଲା ‘ବାବୁ ଭାଇଜାନ୍’ । ସନ୍ତୋଷ ନାରାୟଣ ଦାଶଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅରିନ୍ଦମ୍ ଓ ଶିବାନୀ ଲିଡ୍ ରୋଲରେ ଅଛନ୍ତି ।
/sambad/media/post_attachments/wp-content/uploads/2019/09/malay-mishra-300x300.jpg)
ସୂଚନାଯୋଗ୍ୟ ୨୦୧୬ ପୂଜା ବଜାରରେ ରିଲିଜ୍ ହୋଇଥିବା ‘ଛାତି ତଳେ ଡିଂଡଙ୍ଗ’ପରେ ୨୦୧୭ ବା ୨୦୧୮ ପୂଜା ବଜାରରେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶିତ କୌଣସି ଛବି ମୁକ୍ତିଲାଭ କରି ନଥିଲା।
photo-youtubeତା’ପଛକୁ ରହିଛି ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୁ ଭାରି ବିଉଟିଫୁଲ୍’ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ବି ମଳୟ ମିଶ୍ର । ବିଜୟ କଣ୍ଡୋଇଙ୍କ ପ୍ରଯୋଜିତ ଓ ଅମରେଶ ପତିଙ୍କ ନିର୍ଦ୍ଦେଶିତ ତଥା ବର୍ଷା ପ୍ରିୟଦର୍ଶିନୀ ଓ ଜୟଜିତ୍ ଦାଶଙ୍କ ଅଭିନୀତ ନୂଆ ଓଡ଼ିଆ ସିନେମା “କୁଇନ୍’ରେ ବି ମଳୟ ମିଶ୍ର ସ୍ୱର ସଂଯୋଜନା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/this-is-mayare-baya.jpg)