ନୂଆଦିଲ୍ଲୀ: ପରଲୋକରେ ମଲୟାଲମ୍ ଅଭିନେତା ଦିଲୀପ ଶଙ୍କର। ଅନେକ ମଲାୟାଲମ୍ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରିଥିବା ଅଭିନେତା ଦିଲୀପ ଶଙ୍କରଙ୍କର ମୃତଦେହ ହୋଟେଲ ରୁମରୁ ମିଳିଥିବା ପୁଲିସ ସୂଚନା ଦେଇଛି।
'ଚପା କୁରିଶୁ' ଏବଂ 'ନର୍ଥ ୨୪ କାଥମ୍' ଭଳି ଚଳଚ୍ଚିତ୍ର ଏବଂ ଅନେକ ସିରିଏଲରେ କାମ କରିଥିବା ଅଭିନେତା ଦିଲୀପ ଶଙ୍କର ନିଜ ଚରିତ୍ର ପାଇଁ ଜଣାଶୁଣା ଥିଲେ। ପୁଲିସ କହିଛି ଯେ ସିରିଏଲର ସୁଟିଂ ପାଇଁ ସେ ଡିସେମ୍ବର ୧୯ରେ ଥିରୁବନନ୍ତପୁରମର ଏକ ହୋଟେଲରେ ରହିଥିଲେ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ହୋଟେଲ କର୍ମଚାରୀ ଦୁଇ ଦିନ ପୂର୍ବରୁ ଶଙ୍କରଙ୍କୁ ତାଙ୍କ ହୋଟେଲ ରୁମରେ ଶେଷ ଥର ପାଇଁ ଦେଖିଥିଲେ। ହୋଟେଲ କର୍ମଚାରୀ ଏବଂ ଧାରାବାହିକ ଟିମର ବାରମ୍ବାର କଲ୍ ପରେ ବି ଅଭିନେତା ଫୋନ ନଉଠାଇବାରୁ ରୁମ କବାଟ ବାଡାଇଥିଲେ ହୋଟେଲ କର୍ମଚାରୀ। ଦିଲୀପ କବାଟ ନଖୋଲିବା ପରେ ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ପୁଲିସ ଆସି କବାଟ ଖୋଲିବା ପରେ ଦିଲୀପ ଚେତାଶୂନ୍ୟ ହୋଇ ତଳେ ପଡ଼ିଥିବା ଦେଖିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ତାଙ୍କର ମୃତଦେହ ମିଳିଥିବା ବେଳେ ଡାକ୍ତରଙ୍କ କହିବା ମୁତାବକ, ଦିଲୀପଙ୍କ ମୃତ୍ୟୁ ୨ଦିନ ତଳେ ହୋଇଥିବା ଭଳି ଲାଗୁଛି। ତଳେ ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/30/bHOq3xXo0Ca0r5yUYGba.jpg)