କୋଚି: ଲକ୍ଡାଉନ୍ ସମୟରେ ଅତି ନିରାଡ଼ମ୍ବର ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାଲାୟଲମ୍ ଅଭିନେତା ମଣିକାନ୍ଦନ ଅଚାରି। ଏପ୍ରିଲ୍ ୨୬ ତାରିଖରେ ସେ ଅଞ୍ଜଳିଙ୍କୁ ବିବାହ କରିଥିବା ଜାଣିବାକୁ ମିଳିଛି। ଅଭିନେତା ଜଣକ ଏପରି ନିରାଡମ୍ବର ଭାବେ ବିବାହ କରିବା ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ପାଲଟିଛି।
ଅଭିନେତାଙ୍କ ବିବାହ ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିିଛି। ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ମଣକାନ୍ଦନ ଓ ଅଞ୍ଜଳିଙ୍କ ବିବାହ ଏରର୍ ମନ୍ଦିରରେ ସଂପନ୍ନ ହୋଇଛି।
ଖାଲି ବିବାହ ନୁହେଁ, ଅଭିନେତା ଜଣକ ଏକ ମହତ୍ କାର୍ଯ୍ୟ ବି କରିଛନ୍ତି। ସେ ବିବାହରେ ଖର୍ଚ୍ଚ କରିବା ପାଇଁ ଯାହା ସଞ୍ଜୟ ରାଶି ରଖିଥିଲେ ତାହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଦେଇଛନ୍ତି।
ଏହି ଦମ୍ପତିଙ୍କ ବିବାହ ୬ ମାସ ପୂର୍ବରୁ ସ୍ଥିର ହୋଇଥିଲା। ସେମାନେ ଏକ ଗ୍ରାଣ୍ଡ୍ ବିବାହର ଯୋଜନା କରିଥିଲେ। ମାତ୍ର କରୋନା ଭାଇରସ୍ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ସକାଶେ ତାଙ୍କ ଯୋଜନା ଯୋଜନାରେ ହିଁ ରହି ଯାଇଥିଲା।