ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ସ୍ୱର୍ଗତଃ ଅଭିନେତା ବାଲନ୍ କେ.ନାୟରଙ୍କ ପୁଅ ତଥା ବରିଷ୍ଠ ମଲୟାଲମ ଅଭିନେତା ମେଘନାଥନଙ୍କ ଦେହାନ୍ତ ହୋଇଛି। ଏକ ଘରୋଇ ଡାକ୍ତରଖାନାରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।
ମେଘନାଥନ ଫୁସଫୁସ ରୋଗରେ ପୀଡିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏବେ ତାଙ୍କ ଦେହାନ୍ତ ହେବାରୁ ଅଭିନେତାଙ୍କର ଶେଷ ରୀତିନୀତି ତାଙ୍କ ଜନ୍ମସ୍ଥାନ ଶୋରନୁରରେ ହେବ ବୋଲି ସାମ୍ନାକୁ ଆସିଛି | ମେଘନାଥନ ନିଜ ପତ୍ନୀ ଏବଂ ଝିଅ ସହ ରହୁଥିଲେ ବୋଲି ଜଣାଯାଇଛି।
ତାଙ୍କ ପେସାଦାର ଜୀବନ ଦେଖିବାକୁ ଗଲେ ମେଘନାଥନ୍ ୧୯୮୩ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଅସ୍ତ୍ରମ' ରୁ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ | ଜଣେ ଖଳନାୟକ ଭାବରେ ସେ ବହୁତ ଲୋକପ୍ରିୟ ଥିଲେ | ଚଳଚ୍ଚିତ୍ର ସହିତ ସେ ଅନେକ ଟିଭି ସୋ’ରେ ମଧ୍ୟ ବହୁତ ଭଲ କାମ କରିଥିଲେ | ଅଭିନୟରେ ପାରଦର୍ଶୀ ଥିବା ଏହି ଅଭିନେତା ତାମିଲ ଏବଂ ମଲୟାଲମ ଭାଷାରେ ମୋଟ ୬୦ଟି ଚଳଚ୍ଚିତ୍ରରେ କାମ କରିଥିଲେ।
'ପଞ୍ଚାଗ୍ନି', 'ଚମୟମ', 'ରାଜଧାନୀ', 'ଭୁମିଗୀତମ୍', 'ଚେନକୋଲ', 'ମଲପୁରମ୍', 'ହାଜି', 'ମହାନୟା ଜୋଜି', 'ପ୍ରାୟୀକରା ପପନ୍', 'ଉଦୟନାପାଲକମ୍', ଇ ପୁଝାୟମ୍, କଦନ୍ନୁ ଏବଂ 'ବାସ୍ତବମ୍ ଭଳି ଚଳଚ୍ଚିତ୍ରରେ ସେ କାମ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/21/vMt0WwPPh3aNou4UJIDq.jpg)