ନୂଆଦିଲ୍ଲୀ: କେରଳର କୋଚିରେ ଏକ ଫିଲ୍ମ ସେଟରେ ମାଲାୟାଲମ ଅଭିନେତା ତଥା ଡବିଂ କଳାକାର ପ୍ରବୀଶ ଚକକାଲକଲଙ୍କ ଦେହାନ୍ତ ହୋଇଛି। ୪୪ବର୍ଷର ପ୍ରବୀଶ ୟୁଟୁବ ଚ୍ୟାନେଲ କୋଚିନ୍ କଲେଜ ପାଇଁ ସୁଟିଂ କରୁଥିଲେ। ଏହି ସମୟରେ ସେଟରେ ପଡ଼ି ଅଭିନେତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ପ୍ରବୀଶ ଏକ ଚଳଚ୍ଚିତ୍ରର ସୁଟିଂ କରୁଥିଲେ, ଯାହା କେରଳର ୱେଷ୍ଟ ମ୍ୟାନେଜମେଣ୍ଟ ବିଷୟରେ ଥିଲା। ଯେଉଁଥିରେ ବର୍ଜ୍ୟବସ୍ତୁ କୋଚିର କୁନ୍ଦୁର ବଣ୍ଡ ରୋଡରେ ପକାଯିବାର ଦେଖେଇବାର ଥିଲା। ପ୍ରବୀଶ ଜଣେ ବିଦେଶୀଙ୍କ ଭୂମିକାରେ ଅଭିନୟ କରୁଥିଲେ।
Zee Newsପ୍ରବୀଶଙ୍କ ସହକର୍ମୀଙ୍କ କହିବାନୁସାରେ, ଅଭିନେତା ସେଟରେ ତାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ କରିବା ପରେ ଟିମ୍ ସହିତ ଏକ ଫଟୋ ଉଠାଇ ଥିଲେ। ଏହାପରେ ସେ ହଠାତ ତଳେ ପଡ଼ିଯାଇଥିଲେ |
ସୂଚନାନୁସାରେ, ଯେତେବେଳେ ପ୍ରବୀଶ ସେଟ୍ରେ ପଡ଼ିଥିଲେ, ସେତେବେଳେ ସେ ଭିଡିଓଗ୍ରାଫରଙ୍କଠାରୁ ପାଣି ମାଗିଥିଲେ। ତାଙ୍କୁ ତୁରନ୍ତ ପାଣି ଦିଆଗଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତର ପ୍ରବୀଶଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରବୀଶ ଚକକାଲକଲ ଅନେକ ଟେଲିଫିଲ୍ମରେ ଅଭିନୟ କରିଛନ୍ତି | ଜଣେ ଡବିଂ କଳାକାର ଭାବରେ ସେ ଅନେକ ପ୍ରସିଦ୍ଧ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-1-copy-16.jpg)