ଦେଖା ହେବାର ମାତ୍ର ୨୦ମିନିଟ ପରେ ବିଜୟ ମୋତେ ଚୁମ୍ବନ ଦେବା ଆରମ୍ଭ କରିଥିଲେ; ଅନ୍ୟ ଜଣେ ମହିଳା କଲେ ଅଭିଯୋଗ

ନୂଆଦିଲ୍ଲୀ: ଫସିବାରେ ଲାଗିଛନ୍ତି ମାଲାୟାଲମ୍ ଅଭିନେତା ବିଜୟ ବାବୁ। ଲାଗିବାରେ ଲାଗିଛି ଗୋଟେ ପରେ ଗୋଟେ ଅଭିଯୋଗ। ଜଣେ ମାଲାୟାଲମ୍ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ବିଜୟ ବାବୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବିଜୟଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ଏତଲା ପଞ୍ଜିକରଣ ପରେ ପୁଲିସ ଅଭିନେତାଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଲୁକ୍ ଆଉଟ୍ ନୋଟିସ୍ ପାଇବା ପରେ ଅଭିନେତା ବିଜୟ ବାବୁ ଆଗୁଆ ଜାମିନ ପାଇଁ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ଅଭିନେତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପୂର୍ବରୁ ଅନ୍ୟ ଜଣେ ମହିଳା ବିଜୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ମହିଳାଜଣକ ଆଣିଥିବା ଅଭିଯୋଗ ମୁତାବକ, ଦେଖା ହେବାର ମାତ୍ର ୨୦ମିନିଟ ପରେ ବିଜୟ ତାଙ୍କୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ଏହି ଘଟଣା ଘଟିବା ପରେ ସେ ଡରରେ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରୀଠାରୁ ଦୁରେଇ ଦେଇଥିଲେ। ହେଲେ ‌ଏବେ ବିଜୟଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିନେତ୍ରୀଙ୍କ ସହ ଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜନୈକା ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଏବଂ ଫେସବୁକ୍‌ ଲାଇଭ୍‌ ଜରିଆରେ ସଂପୃକ୍ତା ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଜଣାଶୁଣା ମାଲାୟାଲମ୍‌ ଚଳଚ୍ଚିତ୍ର ନିର୍ମାତା-ଅଭିନେତା ବିଜୟ ବାବୁଙ୍କ ନାମରେ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ତେବେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ବିଜୟଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିବା ପରଠାରୁ ଫେରାର ଥିବା ଅଭିଯୁକ୍ତ ବିଜୟ ବାବୁ ଏକ ଫେସବୁକ୍‌ ଲାଇଭ୍‌ ଅଧିବେଶନରେ ଆସି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ସାରିଛନ୍ତି।

ସମ୍ବନ୍ଧିତ ଖବର