ଫେସବୁକ୍ ଲାଇଭ୍ କରି ଖୁଲାସା କଲେ ମଲୟାଲମ୍ ଅଭିନେତ୍ରୀ; ମୋ ଲିଭ୍-ଇନ୍ ପାର୍ଟନର ମୋତେ ହତ୍ୟା କରିବା ସହ ଏସିଡ୍ ମାଡ଼ର ଧମକ ଦେଉଛି

ନୂଆଦିଲ୍ଲୀ: ଫେସବୁକ୍ ଲାଇଭ୍ କରି ନିଜ ଲିଭ୍-ଇନ୍ ପାର୍ଟନରକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ମଲୟାଲମ୍ ଓ ତାମିଲ ଅଭିନେତ୍ରୀ ଅଞ୍ଜଳି ଆମେର। ଅଞ୍ଜଳି ଜଣେ କିନ୍ନର ହୋଇଥିବା ବେଳେ ୨୦୧୮ ବିଗ୍ ବସ୍ ମଲୟାଲମରେ ନଜର ଆସି ସେ ଲୋକପ୍ରିୟତା ହାସଲ କରିଥିଲେ। ଏହା ସହ ତାମିଲ ଫିଲ୍ମ ପେରାନବୁ ଜରିଆରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ।

କିନ୍ତୁ ଏବେ ସେ ନିଜ ପ୍ରେମ ସଂପର୍କ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଲିଭ୍-ଇନ୍ ପାର୍ଟନର କିଭଳି ଭାବେ ତାଙ୍କୁ ପାଖରେ ରଖିବା ପାଇଁ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ଦେଉଛି, ସେ ବିଷୟରେ ଫେସବୁକ୍ ଲାଇଭ୍ କରି ଜଣାଇଛନ୍ତି ଅଞ୍ଜଳି। ସଂପର୍କ ଭାଙ୍ଗିଲେ ହତ୍ୟା କରିବା ସହ ଏସିଡ୍ ମାଡ଼ କରିବାର ଧମକ ପ୍ରେମିକ ଦେଉଥିବା ଲାଇଭ୍ ଭିଡିଓରେ କହିଛନ୍ତି ଅଞ୍ଜଳି।

ସୂଚନା ମୁତାବକ, ଅଞ୍ଜଳିଙ୍କ ପ୍ରେମିକ ଅଞ୍ଜଳି ଆୟ କରୁଥିବା ଟଙ୍କା‌ରେ ବଞ୍ଚି ଆସୁଛନ୍ତି। ସଂପୂର୍ଣ୍ଣ ଭାବେ ସେ ନିଜର ଜୀବନ ବିତାଇବ‌ା ପାଇଁ ଅଞ୍ଜଳିଙ୍କ ଉପରେ ନିର୍ଭରଶୀଳ ଥିବାରୁ ତାଙ୍କୁ ନିଜଠାରୁ ଦୂରେଇ ଦେବାକୁ ଚାହୁଁ ନାହାନ୍ତି। ଅନିଚ୍ଛା ସତ୍ତ୍ବେ ଗୋଟେ ସଂପର୍କରେ ରହି ରହି ଅଞ୍ଜଳି ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଥିବା ଭିଡିଓରେ ଜଣାଇଛନ୍ତି। ତାଙ୍କୁ ସମର୍ଥନ ଦେବା ପାଇଁ କେହି ନଥିବାରୁ ସେ ଲାଇଭ୍ ଭିଡିଓ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର