ଚଳନ୍ତା ଟ୍ରେନରେ ଅଭିନେତ୍ରୀଙ୍କୁ ଅସଦାଚରଣ : ଚିତ୍କାର ସତ୍ତ୍ୱେ ସାହାଯ୍ୟ କଲେ ନାହିଁ ଯାତ୍ରୀ
ତ୍ରିସୁର : ଗୁରୁବାର ମଲାୟଲମ୍ ସିନେ-ଅଭିନେତ୍ରୀଙ୍କୁ ଚଳନ୍ତା ଟ୍ରେନରେ ଅସଦାଚରଣ କରିବା ଅଭିଯୋଗରେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛିି କେରଳ ପୁଲିସ । ଅଭିଯୁକ୍ତ ଜଣଙ୍କ ତାମିଲନାଡ଼ୁ ଜିଲ୍ଲାର କନ୍ୟକୁମାରୀ ଅଞ୍ଚଳର ବିରୁକୁରିର ଅନ୍ତୋ ବୋଷ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଅନୁଯାୟୀ, ଘଟଣାଟି ମାଙ୍ଗାଲୋରରୁ ତିରୁଭନନ୍ତପୁରମ୍ ଯାତ୍ରା କରୁଥିବା ମାଭାଲି ଏକ୍ସପ୍ରେସରେ ଘଟିଥିଲା । ଅଭିନେତ୍ରୀ ଜଣଙ୍କ କାନ୍ନୁରରୁ ତିରୁଭନନ୍ତପୁରମ୍ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଥିରୁର୍ରୁ ତିରୁଭନନ୍ତପୁରମ୍ ଯାତ୍ରା କରୁଥିଲେ । ଅଭିନେତ୍ରୀ ଜଣକ ଏସି କମ୍ପାଟମେଣ୍ଟରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଓଠକୁ ସ୍ପର୍ଶ କରିଥିଲା । ପରେ ଅଭିନେତ୍ରୀ ଜଣକ ଅଭିଯୁକ୍ତର ହାତକୁ ଧରିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା କୌଣସି ଯାତ୍ରୀ ତାଙ୍କ ସହାଯ୍ୟ ପାଇଁ ଆସିନଥିଲେ । ତାଙ୍କ ସହ ଯାତ୍ରା କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣ ସାଙ୍ଗ ଉନ୍ନି ଏବଂ ରଞ୍ଜିତ ତାଙ୍କୁ ସାହାଯ୍ୟ କରିବା ସହ ତ୍ରିସୁର ଷ୍ଟେସନରେ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ଜଣକଙ୍କ ବିରୋଧରେ ଆଇପିସି ଧାରା ୩୫୪ର ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।
ଏହି ଘଟଣା ପରେ ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡ଼ିଆରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ଏହି ଘଟଣା ସୋନୁର ଷ୍ଟେସନ ପରେ ପରେ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ତ୍ରିସୁରରେ ଗିରଫ କରାଯାଇଥିଲା । ଅଭିନେତ୍ରୀ ଜଣକ ଲେଖିଛନ୍ତି କି, ମୁଁ ସାହାଯ୍ୟ ପାଇଁ ପାଟି କରିଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ମୋର ସାହାଯ୍ୟ ପାଇଁ ଆସି ନ ଥିଲେ । ଏହିପରି ପରିସ୍ଥିତିରେ ଲୋକଙ୍କ ପ୍ରତିକ୍ରିଯା ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ।