ଚଳିତ ଥର ଓସ୍କାର୍ ପାଇଁ ଭାରତରୁ ମାଲୟଲମ୍ ଫିଲ୍ମ ଜାଲିକାଟୁକୁ ଚୟନ କରାଯାଇଛି। ୨୦୧୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ କାହାଣୀ ପାଇଁ ଚୟନ ହୋଇଛି। ମଣିଷ କିପରି ନିଜ ସ୍ବାର୍ଥ ପାଇଁ ପଶୁଙ୍କଠୁ ବି ତଳକୁ ଖସିଯାଏ, ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି। ଓସ୍କାର୍ ପାଇଁ ଚୟନ ହେବା ପୂର୍ବରୁ ଜାଲିକାଟୁ ଟୋରଣ୍ଟୋ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା। ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟରେ କଳାକାରଙ୍କ ଅଭିନୟ ମନଛୁଆଁ ହୋଇଥିଲା। ଛଲାଙ୍ଗ, ସ୍କାଇ ଇଜ୍ ପିଙ୍କ୍, ଗୁଲାବୋ ସିତାବୋ ଭଳି ୨୭ଟି ଚଳଚ୍ଚିତ୍ରକୁ ପଛରେ ପକାଇ ଲିଜୋ ଜୋସ୍ ପେଲିସାରୀଙ୍କ ନିର୍ଦ୍ଦେଶିତ ଜାଲିକାଟୁ ଓସ୍କାର୍ ପାଇଁ ଚୟନ ହେବା ପରେ ଏହାକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଓସ୍କାର୍ ପାଇଁ ଚୟନ ହେଲା ମାଲାୟଲମ୍ ଫିଲ୍ମ ‘ଜାଲିକାଟୁ’
/sambad/media/post_attachments/wp-content/uploads/2020/11/jalikatu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)