ସ୍ତନ କର୍କଟ କହିେଲ ଆମ ମନକୁ ସାଧାରଣତଃ ମହିଳାମାନଙ୍କ କଥା ଆସିଥାଏ। ହେଲେ ଏବେ ପୁରୁଷ ମଧ୍ୟ ସ୍ତନ କର୍କଟ ଆକ୍ରାନ୍ତ ହେଲେଣି। ପୁରୁଷଙ୍କ ଠାରେ ସ୍ତନ କର୍କଟ ବିରଳ ହେଲେ ମଧ୍ୟ ଏହା ମହିଳାଙ୍କ ତୁଳନାରେ ଅଧିକ ମାରାତ୍ମକ। ମୋଟ ସ୍ତନ କର୍କଟ ମାମଲାର ପ୍ରାୟ ୧ରୁ ୨ ପ୍ରତିଶତ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ। ପୁରୁଷମାନଙ୍କର ସ୍ତନ ଟିସୁ ମହିଳାଙ୍କ ପରି ବୃଦ୍ଧି ପାଏନାହିଁ, କିନ୍ତୁ ସେମାନଙ୍କର ସ୍ତନ ନଳୀ ଥାଏ। ଏହି କାରଣରୁ ସେମାନଙ୍କୁ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଥାଏ। ପୁରୁଷମାନେ ଦୁଇ ପ୍ରକାରର ସ୍ତନ କର୍କଟରେ ଆକ୍ରାନ୍ତ ହୁଅନ୍ତି। ପ୍ରଥମଟି ହେଉଛି ‘ଡକ୍ଟଲ୍ କାର୍ସିନୋମା’ ଓ ଦ୍ୱିତୀୟଟି ‘ଲୋବୁଲାର୍ କାର୍ସିନୋମା’। ସ୍ତନ କର୍କଟ ବିଷୟରେ ସଚେତନତା ଅଭାବ ହେତୁ ପୁରୁଷମାନେ ପ୍ରାୟତଃ ଏହାର ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି। ଫଳରେ ଚିକିତ୍ସା ବିଳମ୍ବିତ ହୋଇଯାଏ।
ପୁରୁଷମାନଙ୍କଠାରେ ସ୍ତନ କର୍କଟର ସମ୍ଭାବ୍ୟ କାରଣ ମଧ୍ୟରେ ରହିଛି ପାରିବାରିକ ଇତିହାସ, ଇଷ୍ଟ୍ରୋଜେନ୍ ହର୍ମୋନ୍ ବୃଦ୍ଧି ଓ ଅତ୍ୟଧିକ ମଦ୍ୟପାନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୧ ମସିହାରେ ଆରମ୍ଭ କରିଥିବା ଗ୍ଲୋବାଲ୍ ବ୍ରେଷ୍ଟ୍ କ୍ୟାନ୍ସର୍ ଇନିସିଏଟିଭ୍ (ଜିବିସିଆଇ) ପ୍ରତିବର୍ଷ ୨.୫ ପ୍ରତିଶତ ସ୍ତନ କର୍କଟ ହ୍ରାସ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ୨୦୪୦ ମସିହା ବେଳକୁ ଏହି କାର୍ଯ୍ୟକ୍ରମ ୨.୫ ନିୟୁତ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇପାରିବ ବୋଲି ଆକଳନ କରାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜିବିସିଆଇ ତିନୋଟି ବିନ୍ଦୁ ଉପରେ ଗୁରୁତ୍ବ ଦେଉଛି- (୧) ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ, (୨)ସମୟାନୁସାରେ ରୋଗ ନିର୍ଣ୍ଣୟ ଓ (୩) ଉପଯୁକ୍ତ ଚିକିତ୍ସା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-2-2025-10-26-05-42-50.jpg)