ପୁଲଓ୍ଵାମା ଆକ୍ରମଣକୁ ନେଇ ମଲ୍ଲିକା ଦୁଆଙ୍କ ବୟାନ: ପ୍ରତିଦିନ ଲୋକ ମରୁଛନ୍ତି, ଏଥିରେ ଶୋକ କରିବାରେ କ’ଣ ଅଛି!
ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ୍ ମଲ୍ଲିକା ଦୁଆ ଏବେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁଲଓ୍ଵାମାରେ ଗତ ଫେବୃଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ହାମ୍ଲାକୁ ନେଇ ସେ ଯେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଭିଡିଓ ପୋଷ୍ଟ କରି ସେ ଆତଙ୍କବାଦୀ ହାମ୍ଲାକୁ ନେଇ ସୋସିଆଲ ମିଡିଆରେ ନ୍ୟାୟ ଦେବା ପାଇଁ ଚାଲିଥିବା ଅଭିଯାନ ଉପରେ ନିଜର ମତ ରଖି ଟ୍ରୋଲ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ, ସାରା ଦେଶ ଏବେ ସୋସିଆଲ ମିଡିଆରେ କହିବାକୁ ଲାଗିଛନ୍ତି କି, ସାରା ଦେଶ କାନ୍ଦୁଛି, ଆପଣମାନେ କେମିତି ଖୁସିରେ ରହି ପାରୁଛନ୍ତି । ଏ କଥା କେବଳ ମୋତେ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଲୋକେ କହୁଛନ୍ତି । ଏହାକୁ ନେଇ ଆନ୍ଦୋଳନ କରିବାରେ ଲାଗିଛନ୍ତି । ମୁଁ ଏଠି ପଚାରିବାକୁ ଚାହେଁ ପ୍ରତିଦିନ ଲୋକେ ଖାଇବାକୁ ନ ପାଇ, ଚିନ୍ତାଗ୍ରସ୍ତ ହୋଇ, ଚାକିରି ନ ପାଇ ଏବଂ ଏଭଳି ଅନେକ କାରଣ ପାଇଁ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ଜୀବନର କ’ଣ କିଛି ମୂଲ୍ୟ ନାହିଁ । ସେମାନଙ୍କ ପାଇଁ ତ କେହି ଏତେ ଆନ୍ଦୋଳନ କି ଶୋକ ପ୍ରକାଶ କରୁ ନାହାନ୍ତି । ସାରା ବିଶ୍ୱରେ ପ୍ରତିଦିନ କିଏ ନା କିଏ ମୃତ୍ୟୁବରଣ କରୁଛନ୍ତି । ଆମେ କ’ଣ ବର୍ଷ ସାରା ସମସ୍ତଙ୍କ ପାଇଁ ଶୋକ କରିବାରେ ଲାଗି ପଡ଼ିବୁ । ମୁଁ ଜାଣି ପାରୁନି ଲୋକମାନେ ଏ ଅଯଥା କାମ କାହିଁକି ଆରମ୍ଭ କରୁଛନ୍ତି । ଏ ସବୁ ବେକାର ବୋଲି କହି ନିଜର ଭିଡିଓ ଫେସ୍ବୁକ୍ରେ ସେୟାର କରିଛନ୍ତି ମଲ୍ଲିକା ଦୁଆ । ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।