ଏହି କାରଣରୁ ପାର୍ଟନରଙ୍କଠାରୁ ଦୂରେଇ ଯାଇଥିଲେ ମଲ୍ଲିକା  ଶେରାଓ୍ଵତ୍‌  

ବଲିଉଡରେ  ସେକ୍ସ  ସିମ୍ବଲ ଭାବେ  ପରିଚିତା  ମଲ୍ଲିକା  ଶେରାଓ୍ଵତ୍‌ଙ୍କ  ଅଭିନୀତ ଫିଲ୍ମ ଭିତରେ ରହିଛି  -ଖ୍ଵାହିସ୍‌, ମର୍ଡର୍‌, ଜୀନା ସିର୍ଫ ମେରେ  ଲିୟେ, ଦ ମିଥ୍‌  ପ୍ୟାର କେ ସାଇଡ ଇଫେକ୍ଟସ,  ଗୁରୁ, ଆପ୍‌  କା ସୁରୁରୁ, ଥ୍ୟାଙ୍କ୍‌ ୟୁ, ହିସ୍‌, ତେଜ୍‌, ଡବଲ ଧମାଲ୍‌ ଓ ପଲଟିକ୍ସ  ଅଫ୍‌ ଲଭ୍‌  ।

ବଲିଉଡର  ସେକ୍ସି  ହିରୋଇନ୍‌  ମଲ୍ଲିକା  ଶେରାଓ୍ଵତ୍‌  ଏକ  ଟେଲିଭିଜନ୍‌  ଚାନେଲ୍‌ରେ ପ୍ରସାରିତ  ରିଆଲିଟି  ସୋ’   ଜରିଆରେ  ନିଜର  ପାର୍ଟନରକୁ  ବାଛିଥିଲେ ।  ଏହି ସୋ’  ହେଲା- ‘ ଦ  ବ୍ୟାଚଲରେଟ୍‌  ଇଣ୍ଡିଆ  ମେରେ  ଖୟାଲୋଁ  କି  ମଲ୍ଲିକା’  ।  ମଲ୍ଲିକା  ତାଙ୍କର   ପାର୍ଟନରଙ୍କ ସହିତ  ଏନ୍‌ଗେଜମେଣ୍ଟ ବି  କରିଥିଲେ  ।  ହେଲେ  ବର୍ଷକ ପରେ  ତାଙ୍କ ସହ   ସଂପର୍କ  ଛିନ୍ନ  କରିଥିଲେ ।

ଏ ସଂପର୍କରେ  ମଲ୍ଲିକା  ଶେରାଓ୍ଵତାଙ୍କର  ଏହି  ପାର୍ଟନର  ବିଜୟ ସିଂ  ଥରେ  ସାକ୍ଷାତକାରରେ  କହିଥିଲେ   ଯେ ଏହା   ଏକ  କଣ୍ଟ୍ରାକ୍ଟ  ଥିଲା   , ଯେଉଁଥିରେ   ଉଲ୍ଲେ୍‌ଥିଲା   କି ଏକ  ବର୍ଷ ଭିତରେ  ମଲ୍ଲିକା  ବିବାହ  କରି ପାରିବେ ।  ଏହାପରେ   ସେ ଚାହିଁଲେ  ମନା  କରିପାରିବେ ।

photo-bollywoodbhaskar.com

ବିଜୟ ଅଭିଯୋଗ କରିଥିଲେ ଯେ   ମଲ୍ଲିକା  ତାଙ୍କୁ  ଏକ ବର୍ଷ   ପାଇଁ  ଲସ୍‌   ଏଞ୍ଜେଲସରେ  ରହିବା ପାଇଁ   ଡାକି ଥିଲେ,  କିନ୍ତୁ  ସେ  ଯାଇ  ପାରିନଥିଲେ ।  ବର୍ଷକ ପରେ   ମଲ୍ଲିକା   ବିଜୟଙ୍କୁ କହିଥିଲେ   ଯେ  ବିଜୟ  ବୟସରେ   ତାଙ୍କଠାରୁ  ୧୨ ବର୍ଷ   ସାନ ।  ଏତେ   ବଡ  ଗ୍ୟାପ୍‌  ଥିଲେ  ବାହାଘର    ସଫଳ ହୁଏ  ନାହିଁ  ।  ଏଣୁ ବିବାହ ଠିକ୍‌ ନୁହେଁ ।  ଏହା ପରେ  ମଲ୍ଲିକା   ଶେରାଓ୍ଵାତ୍‌   ବିଜୟଙ୍କୁ ଫୋନ୍‌   କରିଥିଲେ   ବି  କଲ୍‌  ରିସିଭ   କରିନଥିଲେ ।   ରିଆଲିଟି ସୋ’  ଫେକ୍‌ ଥିଲା   ବୋଲି  ଧାରଣା   ହେଲା   ମଲ୍ଲିକା  ଓ ବିଜୟ  ପରସ୍ପର ଠୁଁ  ଦୂରେଇ  ଯାଇଥିଲେ ।

 

ସମ୍ବନ୍ଧିତ ଖବର