୧୨ ବର୍ଷ ସାନ ବ୍ୟକ୍ତିଙ୍କୁ ଏହି କାରଣରୁ ବାହା ହେବାକୁ ମନା କରିଥିଲେ ମଲ୍ଲିକା ଶେରାଓ୍ଵତ!

ମୁମ୍ବାଇ: ଆଜି ହେଉଛି ବଲିଉଡର ସେକ୍ସି ହିରୋଇନ୍‌ ମଲ୍ଲିକା ଶେରାଓ୍ଵତଙ୍କ ଜନ୍ମଦିନ। ମଲ୍ଲିକାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି -ଖ୍ଵାହିସ୍‌, ମର୍ଡର୍‌, ଜୀନା ସିର୍ଫ ମେରେ ଲିୟେ, ଦ ମିଥ୍‌ ପ୍ୟାର କେ ସାଇଡ ଇଫେକ୍ଟସ, ଗୁରୁ, ଆପ୍‌ କା ସୁରୁରୁ, ଥ୍ୟାଙ୍କ୍‌ ୟୁ, ହିସ୍‌, ତେଜ୍‌, ଡବଲ ଧମାଲ୍‌ ଓ ପଲଟିକ୍ସ ଅଫ୍‌ ଲଭ୍‌ ଆଦି।

ମଲ୍ଲିକା ଶେରାଓ୍ଵତ ଏକ ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ରିଆଲିଟି ସୋ’ ଜରିଆରେ ନିଜର ପାର୍ଟନରଙ୍କୁ ବାଛିଥିଲେ । ଏହି ସୋ’ ହେଲା- ‘ଦ ବ୍ୟାଚଲରେଟ୍‌ ଇଣ୍ଡିଆ ମେରେ ଖୟାଲୋଁ କି ମଲ୍ଲିକା’ । ମଲ୍ଲିକା ତାଙ୍କର ପାର୍ଟନରଙ୍କ ସହିତ ଏନ୍‌ଗେଜମେଣ୍ଟ ବି କରିଥିଲେ । ହେଲେ ବର୍ଷକ ପରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ ।

ଏ ସଂପର୍କରେ ମଲ୍ଲିକା ଶେରାୱତଙ୍କର ଏହି ପାର୍ଟନର ବିଜୟ ସିଂହ ଥରେ ସାକ୍ଷାତକାରରେ କହିଥିଲେ ଯେ ଏହା ଏକ କଣ୍ଟ୍ରାକ୍ଟ ଥିଲା , ଯେଉଁଥିରେ ଉଲ୍ଲେଖ ଥିଲା କି ଏକ ବର୍ଷ ଭିତରେ ମଲ୍ଲିକା ବିବାହ କରିପାରିବେ । ଏହାପରେ ସେ ଚାହିଁଲେ ମନା କରିପାରିବେ ।

image source-amarujala

ବିଜୟଙ୍କ ଅନୁଯାୟୀ ମଲ୍ଲିକା ତାଙ୍କୁ ଏକ ବର୍ଷ ପାଇଁ ଲସ୍‌ ଏଞ୍ଜେଲସରେ ରହିବା ପାଇଁ ଡାକିଥିଲେ, କିନ୍ତୁ ସେ ଯାଇ ପାରିନଥିଲେ । ବର୍ଷକ ପରେ ମଲ୍ଲିକା ବିଜୟଙ୍କୁ କହିଥିଲେ ଯେ ବିଜୟ ବୟସରେ ତାଙ୍କଠାରୁ ୧୨ ବର୍ଷ ସାନ । ଏତେ ବଡ ଗ୍ୟାପ୍‌ ଥିଲେ ବାହାଘର ସଫଳ ହୁଏ ନାହିଁ । ଏଣୁ ବିବାହ ଠିକ୍‌ ନୁହେଁ । ଏହା ପରେ ମଲ୍ଲିକା ଶେରାଓ୍ଵାତ୍‌ ବିଜୟଙ୍କୁ ଫୋନ୍‌ କରିଥିଲେ ବି ସେ କଲ୍‌ ରିସିଭ କରିନଥିଲେ । ରିଆଲିଟି ସୋ’ ଫେକ୍‌ ଥିଲା ବୋଲି ଧାରଣା ହେଲା ମଲ୍ଲିକା ଓ ବିଜୟ ପରସ୍ପରଠୁଁ ଦୂରେଇ ଯାଇଥିଲେ ।

ସମ୍ବନ୍ଧିତ ଖବର