ମୁମ୍ବାଇ: ଫିଲ୍ମ 'ମର୍ଡର'ରେ ନିଜର ଜବରଦସ୍ତ ଲୁକ୍ ସହିତ ପରଦାରେ ନିଆଁ ଲଗାଇଥିଲେ ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ । କିଛି ବର୍ଷ କାମ କରିବା ପରେ ସେ ପରଦାରୁ ଦୂରେଇ ଯାଇଥିଲେ। ହେଲେ ଏବେ ପୁଣି ସେ ପରଦାକୁ ଫେରୁଛନ୍ତି। ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା' ଭିଡିଓରେ ସେ ଅଭିନୟ କରି ବହୁତ ବର୍ଷ ପରେ ପରଦାକୁ ଫେରିଛନ୍ତି। ତାଙ୍କୁ ଏତେ ବର୍ଷ ପରେ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଜଣେ ଗଣମାଧ୍ୟମ ପ୍ରତିନିଧି ମଲ୍ଲିକା ବଦଳରେ ମଲାଇକା ଡାକିବାରୁ ସେ ଯାହା କରିଥିଲେ, ତାହା ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମଲ୍ଲିକା ଭିଡିଓ ଜରିଆରେ ଦର୍ଶକଙ୍କୁ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ' ଦେଖିବାକୁ କହୁଛନ୍ତି।
" 'ବିକି ବିଦ୍ୟା କା ୱ ୱାଲା ଭିଡିଓ' ଏକ ପାରିବାରିକ ଫିଲ୍ମ । ପରିବାର ସହ ଯିବେ ନିଜ ପିଲାମାନଙ୍କ ସହ ଯିବେ । ପିଲା ନଥିଲେ ପିଲା କରିକି ଯିବେ" ବୋଲି କହୁଛନ୍ତି ମଲ୍ଲିକା। ଏହା ପରେ ଜଣେ ଗଣମାଧ୍ୟମ ପ୍ରତିନିଧି ଫଟୋ ଉଠାଇବା ପାଇଁ ମଲ୍ଲିକାଙ୍କୁ ମଲାଇକା କହି ସମ୍ବୋଧନ କରୁଛନ୍ତି। ଏହା ଶୁଣି ମଲ୍ଲିକା କହୁଛନ୍ତି, "ମଲାଇକା ନୁହେଁ ମଲ୍ଲିକା। ନାମ ଠିକରେ ଉଚ୍ଚାରଣ କର।" ଏଭଳି କହିବା ପରେ ସେ ମଜାରେ ଗଣମାଧ୍ୟମ ପ୍ରତିନିଧିଙ୍କ କାନ ଟାଣି ଦେଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/nv0d9esonRgF5xyDFeaw.jpg)