ମୁମ୍ବାଇ: ଫିଲ୍ମ 'ମର୍ଡର'ରେ ନିଜର ଜବରଦସ୍ତ କେମେଷ୍ଟ୍ରି ସହିତ ପରଦାରେ ନିଆଁ ଲଗାଇଥିବା କଳାକାର ଇମ୍ରାନ ହାସମୀ ଏବଂ ମଲ୍ଲିକା ଶେରାୱତ ବର୍ତ୍ତମାନ ସେମାନଙ୍କର ପୁରୁଣା ଶତ୍ରୁତାକୁ ଭୁଲି ବନ୍ଧୁ ହୋଇଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରକୁ ପରିହାସ କରୁଥିଲେ। ଥରେ ଇମ୍ରାନ କହିଥିଲେ ଯେ, ମଲ୍ଲିକାଙ୍କୁ ଚୁମ୍ବନ ଦେବା ଆସେନାହିଁ। ଏହାର ଜବାବରେ ମଲ୍ଲିକା ଯାହା କହିଥିଲେ, ତାକୁ ନେଇ ଏବେ ବି ଚର୍ଚ୍ଚା ହୁଏ।
ସୂଚନା ମୁତାବକ, ଇମ୍ରାନ ଓ ମଲ୍ଲିକା ଦୁହେଁ 'ମର୍ଡର' ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରି ଓ ଫିଲ୍ମରେ ଥିବା ଚୁମ୍ବନର ଦୃଶ୍ୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ହେଲେ ଇମ୍ରାନ, କରଣ ଜୋହରଙ୍କ ସୋ’ 'କଫି ଉଇଥ୍ କରଣ'କୁ ଯାଇ ମଲ୍ଲିକା ଭଲ ଭାବେ ଚୁମ୍ବନ ଦେଇପାରନ୍ତି ନାହିଁ ବୋଲି କହିଥିଲେ। ଏନେଇ ମଲ୍ଲିକାଙ୍କୁ ପ୍ରତିକ୍ରିୟା ମଗାଯିବାରୁ ସେ କହିଥିଲେ, 'ହିସ୍' ଫିଲ୍ମରେ ମୁଁ ଯେଉଁ ସାପକୁ ଚୁମ୍ବନ ଦେଇଥିଲି, ସେ ଇମ୍ରାନଙ୍କଠାରୁ ଭଲ ଚୁମ୍ବନ ଦେଇଥିଲେ।
ତେବେ ଏହି ବିବାଦ ହେବାର କିଛି ବର୍ଷ ପରେ ଦୁହେଁ ନିଜ ନିଜର ଭୁଲ ବୁଝିପାରିବା ସହ ଏବେ ପୁଣି ଥରେ ଭଲ ବନ୍ଧୁ ହୋଇଛନ୍ତି।