ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ ପାଖା ପାଖି ୧୭ବର୍ଷ ପରେ ଅଭିନେତା ତୁଷାର କପୁରଙ୍କ ସହ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏକତା କପୁରଙ୍କ େଓ୍ଵବ ସିରିଜ୍ ବୁ ସବିକି ଫଟେଗି ଜରିଆରେ ତୁଷାର ଏବଂ ମଲ୍ଲିକା ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ନିଜର ଡିଜିଟାଲ ଡେବ୍ୟୁକୁ ନେଇ ମଲ୍ଲିକା ଉତ୍ସାହିତ ଥିବା ବେଳେ ଏତେ ବର୍ଷ ସେ ଫିଲ୍ମଠାରୁ ଦୂରେଇ ରହିବାର କାରଣ ଜଣାଇଛନ୍ତି ।
ତାଙ୍କ ଅନୁଯାୟୀ, ମୁଁ ଫିଲ୍ମର ହିରୋମାନଙ୍କୁ ଡେଟ୍ କରୁ ନଥିବାରୁ ଅନେକ ଫିଲ୍ମର ଅଫର ମୋ ହାତରୁ ଚାଲି ଯାଇଛି । ଇଣ୍ଡଷ୍ଟ୍ରିରେ ହିରୋ ଏବଂ ନିର୍ଦ୍ଦେଶକ-ପ୍ରଯୋଜକ ନିଜ ନିଜର ପ୍ରେମିକାଙ୍କ ସହ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ମୁଁ କାହାର ପ୍ରେମିକା ନଥିଲି ଏବଂ କିଛି କଳାକାରଙ୍କ ପ୍ରେମିକା ହେବାକୁ ମନା କରି ଦେଇଥିଲି । ଯାହା ପାଇଁ ମୋତେ ଫିଲ୍ମରୁ କାଢ଼ି ଦିଆଯାଇଥିଲା ବୋଲି କହିଛନ୍ତି ମଲ୍ଲିକା ।
/sambad/media/post_attachments/wp-content/uploads/2019/06/imgonline-com-ua-twotoone-Egj3cx1cBlz0R0-848x500-300x177.jpg)
#ମି ଠୁ ଅଭିଯାନକୁ ନେଇ ମଲ୍ଲିକା କହିଛନ୍ତି, ମୋ ସହ ସେଭଳି କିଛି ଘଟଣା କେବେ ଘଟି ନାହିଁ । କାରଣ ଆରମ୍ଭରୁ ମୋର କଡ଼ା ମିଜାଜ ଥିବାରୁ ମୋ ସହ ସେଭଳି ବ୍ୟବହାର କେହି କରି ନାହାନ୍ତି । କିନ୍ତୁ ଏହି ଅଭିଯାନ ପାଇଁ ସେଭଳି କରୁଥିବା ଲୋକଙ୍କ ମନରେ ଡ଼ର ଆସି ଯାଇଛି । ଯାହାଦ୍ୱାରା ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କମ ହୋଇଛି ।