ଏନ୍‌ଗେଜମେଣ୍ଟ କରିଥିଲେ ହେଲେ ବାହା ହୋଇ ନଥିଲେ ମଲ୍ଲିକା ଶେରାଓ୍ଵତ୍‌ , ଜାଣନ୍ତୁ ଏହା ପଛର କାରଣ !

ମୁମ୍ବାଇ: ଆଜି ହେଉଛି ବଲିଉଡର ସେକ୍ସି ହିରୋଇନ୍‌ ମଲ୍ଲିକା ଶେରାଓ୍ଵତ୍‌ ଙ୍କର ଜନ୍ମଦିନ। ସେ ୧୯୭୬ ମସିହା ଅକ୍ଟୋବର ୨୪ ତାରିଖରେ ଜନ୍ମ ହୋଇଥିଲେ। ମଲ୍ଲିକା ଶେରାଓ୍ଵତ୍‌ ଜିନା ସିର୍ଫ ମେରେ ଲିଏ, ମର୍ଡର ଏବଂ ହିସ୍‌ ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ।

ସେ ଏକ ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ରିଆଲିଟି ସୋ’ ଜରିଆରେ ନିଜର ପାର୍ଟନରକୁ ବାଛିଥିଲେ । ଏହି ସୋ’ ହେଲା- ‘ଦ ବ୍ୟାଚଲରେଟ୍‌ ଇଣ୍ଡିଆ ମେରେ ଖୟାଲୋଁ କି ମଲ୍ଲିକା’ । ମଲ୍ଲିକା ତାଙ୍କର ପାର୍ଟନରଙ୍କ ସହିତ ଏନ୍‌ଗେଜମେଣ୍ଟ ବି କରିଥିଲେ । ହେଲେ ବର୍ଷକ ପରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ ।ଏ ସଂପର୍କରେ ମଲ୍ଲିକା ଶେରାଓ୍ଵତାଙ୍କର ଏହି ପାର୍ଟନର ବିଜୟ ସିଂ ଥରେ ସାକ୍ଷାତକାରରେ କହିଥିଲେ ଯେ ଏହା ଏକ କଣ୍ଟ୍ରାକ୍ଟ ଥିଲା , ଯେଉଁଥିରେ ଉଲ୍ଲେଖ ଥିଲା କି ଏକ ବର୍ଷ ଭିତରେ ମଲ୍ଲିକା ବିବାହ କରି ପାରିବେ । ଏହାପରେ ସେ ଚାହିଁଲେ ମନା କରିପାରିବେ । ବିଜୟଙ୍କ ଅନୁଯାୟୀ ମଲ୍ଲିକା ତାଙ୍କୁ ଏକ ବର୍ଷ ପାଇଁ ଲସ୍‌ ଏଞ୍ଜେଲସରେ ରହିବା ପାଇଁ ଡାକିଥିଲେ, କିନ୍ତୁ ସେ ଯାଇ ପାରିନଥିଲେ ।

ବର୍ଷକ ପରେ ମଲ୍ଲିକା ବିଜୟଙ୍କୁ କହିଥିଲେ ଯେ ବିଜୟ ବୟସରେ ତାଙ୍କଠାରୁ ୧୨ ବର୍ଷ ସାନ । ଏତେ ବଡ ଗ୍ୟାପ୍‌ ଥିଲେ ବାହାଘର ସଫଳ ହୁଏ ନାହିଁ । ଏଣୁ ବିବାହ ଠିକ୍‌ ନୁହେଁ । ଏହାପରେ ମଲ୍ଲିକା ଶେରାଓ୍ଵାତ୍‌ ବିଜୟଙ୍କୁ ଫୋନ୍‌ କରିଥିଲେ ବି କଲ୍‌ ରିସିଭ କରିନଥିଲେ । ରିଆଲିଟି ସୋ’ ଫେକ୍‌ ଥିଲା ବୋଲି ଧାରଣା ହେଲା । ଏହାପରେ ମଲ୍ଲିକା ଓ ବିଜୟ ପରସ୍ପରଠୁଁ ଦୂରେଇ ଯାଇଥିଲେ ।

ସମ୍ବନ୍ଧିତ ଖବର