ମୁମ୍ବାଇ: ମମତା କୁଲକର୍ଣ୍ଣି ଏକ ସାକ୍ଷାତକାର ସମୟରେ ତାଙ୍କ ଦାମ୍ପତ୍ୟ ଜୀବନ ଉପରେ ନୀରବତା ଭାଙ୍ଗି ଭିକି ଗୋସ୍ୱାମୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଏହି ସମୟରେ ମମତା କୁଲକର୍ଣ୍ଣି ମଧ୍ୟ କହିଛନ୍ତି ଯେ, ସେ ବଲିଉଡକୁ ଫେରିବେ ନାହିଁ। ବର୍ତ୍ତମାନ ଆଧ୍ୟାତ୍ମିକତା ହେଉଛି ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ।
ଡ୍ରଗ୍ସ ଜଗତ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ମମତା କୁଲକର୍ଣ୍ଣି ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ନିଶ୍ଚିତ ଭାବରେ ୧୯୯୬ରେ ଭିକି ଗୋସ୍ୱାମୀଙ୍କୁ ଭେଟିଥିଲେ। କିନ୍ତୁ ୧୯୯୭ରେ, ଭିକି ଗୋସ୍ବାମୀଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କର ଆଧ୍ୟାତ୍ମିକ ଯାତ୍ରା ୧୯୯୭ରୁ ଆରମ୍ଭ ହୋଇଥିଲା।
ଭିକି ଗୋସ୍ୱାମୀ ପ୍ରାୟ ୧୨ ବର୍ଷ ଜେଲରେ ରହିଥିଲେ ଏବଂ ମୁଁ ଦୁବାଇରେ ରହୁଥିଲି । ମୁଁ ଆଧ୍ୟାତ୍ମିକତାର ମାର୍ଗ ଗ୍ରହଣ କରିଥିଲି। ଯେତେବେଳେ ଭିକି ୨୦୧୨ରେ ଜେଲରୁ ମୁକୁଳିଥିଲେ, ମୋର ସମସ୍ତ ଇଚ୍ଛା ଶେଷ ହୋଇଯାଇଥିଲା। ବର୍ତ୍ତମାନ ବହୁତ ଦିନ ହେଲା ଆମେ ପରସ୍ପରକୁ ସାକ୍ଷାତ କରିନାହୁଁ। ବର୍ତ୍ତମାନ ଆମ ମଧ୍ୟରେ ସବୁକିଛି ସମାପ୍ତ ହୋଇଛି।
କେବଳ ଏତିକି ନୁହେଁ, ସାକ୍ଷାତକାର ସମୟରେ ମମତା କୁଲକର୍ଣ୍ଣି ଏହା ମଧ୍ୟ କହିଛନ୍ତି ଯେ, ମୁଁ କେବେ ବି ଭିକି ଗୋସ୍ୱାମୀଙ୍କୁ ବିବାହ କରିନାହିଁ। ବର୍ତ୍ତମାନ ମୁଁ ଭିକି ଗୋସ୍ୱାମୀଙ୍କ ସହ ଦୀର୍ଘ ସମୟ ଧରି ଯୋଗାଯୋଗରେ ନାହିଁ।
ଅଧିକ ପଢ଼ନ୍ତୁ: ବିବାହ ପରେ କୀର୍ତ୍ତି ସୁରେଶ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନେଇ ଚର୍ଚ୍ଚା
ବର୍ତ୍ତମାନ ମୁଁ ଆଧ୍ୟାତ୍ମିକତା ସହିତ ସଂପୂର୍ଣ୍ଣ ଭାବେ ସଂଯୁକ୍ତ ଏବଂ ଭାରତକୁ ଫେରିବାର ଲକ୍ଷ୍ୟ ହେଉଛି ମହାକୁମ୍ଭ ୨୦୨୫ରେ ଅଂଶଗ୍ରହଣ କରିବା। ଏହା ବ୍ୟତୀତ ଅନ୍ୟ କିଛି ନୁହିଁ।
ବଲିଉଡକୁ ବିଦାୟ ଦେବା ପ୍ରଶ୍ନ ନେଇ ମମତା କୁଲକର୍ଣ୍ଣି କହିଛନ୍ତି, ସେତେବେଳେ ତାଙ୍କ କ୍ୟାରିୟର ଶିଖରରେ ଥିଲା ଏବଂ ତାଙ୍କ ହାତରେ ଅନେକ ଚଳଚ୍ଚିତ୍ର ଥିଲା। ତାଙ୍କ ପାଖରେ ଟଙ୍କା, କାର, ଘର, ସବୁକିଛି ଥିଲା କିନ୍ତୁ ଏହା ସତ୍ବେ ସେ ବଲିଉଡକୁ ବିଦାୟ ଦେଇ ଆଧ୍ୟାତ୍ମିକତାର ରାସ୍ତା ବାଛିଥିଲେ ଏବଂ ବର୍ତ୍ତମାନ ସେ ଏଥିରେ ନିଜକୁ ଉତ୍ସର୍ଗ କରିଛନ୍ତି।
ଅଧିକ ପଢ଼ନ୍ତୁ: ୟୁକ୍ରେନର ରୋବଟ୍ ସେନା ପ୍ରଥମ ଯୁଦ୍ଧ ଜିତିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/22/rTUrgXCl4iTpR9IiWKXv.jpeg)