ଜାହ୍ନବୀଙ୍କ ଖୁଲାସା: ଭଲ ଅଭିନେତ୍ରୀ ହେବା ପାଇଁ ମୋତେ ଏହି ସବୁ ଜିନିଷ ଶିଖାଇଥିଲେ ମା’

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମାମି ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିବା ବେଳେ ନିଜ ମା’ଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ହିନ୍ଦି ସିନେମା ଓ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜାହ୍ନବୀ ଆଲୋଚନା କରିଥିଲେ । ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ତାଙ୍କ ମା’ ତଥା ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ତାଙ୍କୁ କ’ଣ କ’ଣ ସବୁ ଶିଖାଇଥିଲେ ସେ ବିଷୟରେ କହିଥିଲେ ଜାହ୍ନବୀ ।

janhvi kapoor
amarujala.com

ଜାହ୍ନବୀଙ୍କ କହିବା ଅନୁଯାୟୀ, ମା’ ମୋତେ ସବୁବେଳେ ଭଲ କଳାକାର ହେବା ପାଇଁ କେଉଁ ସବୁ ଗୁଣ ରହିବା ଦରକାର ତାହା ଶିଖାଉଥିଲେ । ସେ କହୁଥିଲେ କି, ତୁମେ ଯାହା ବି ଭାବୁଛ ଓ ତୁମ ମନରେ ଯାହା ବି ଚାଲୁଛି, ତାହା ତୁମ ଚେହେରାରେ ସ୍ପଷ୍ଟ ଜଣା ପଡ଼ି ଯାଇଥାଏ । ସେଥିପାଇଁ ଜଣେ ଭଲ କଳାକାର ହେବା ପାଇଁ ପ୍ରଥମେ ଭଲ ମଣିଷ ହେବା ଦରକାର । କାରଣ କ୍ୟାମେରା ସବୁ ଦେଖିଥାଏ ।

ସମ୍ବନ୍ଧିତ ଖବର