ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଭାରତ ଆସିବା ପରଠାରୁ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାର ପରିସରରେ ରହିଛନ୍ତି। 

Advertisment

କିଛି ଦିନ ପୂର୍ବରୁ ମମତାଙ୍କୁ ମହାକୁମ୍ଭ ମେଳାରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ଦିଆଯାଇଥିଲା। ସମ୍ପ୍ରତି ଆଖଡା ମମତାଙ୍କୁ ଏହି ପଦବୀରୁ ହଟାଇ ଦେଇଛି। 

ଏହି କ୍ରମରେ ମମତା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ,‘ମୁଁ ମହାମଣ୍ଡଳେଶ୍ୱର ହେବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେହି ଲୋକଙ୍କ ବିଷୟରେ କିଛି କହିବାକୁ ଚାହୁଁ ନାହିଁ।

 ଯେତେବେଳେ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା ମହାମଣ୍ଡଳେଶ୍ୱର ଜୟ ଅମ୍ବାନନ୍ଦ ଗିରି ତାଙ୍କ ପକେଟରୁ ୨ ଲକ୍ଷ ଟଙ୍କା ବାହାର କରି ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଦେଇଥିଲେ।

ମୁଁ ଦୀର୍ଘ ୨୫ ବର୍ଷ ଧରି ସାଧ୍ୱୀ ଥିଲି ଏବଂ ସାଧ୍ୱୀ ହୋଇ ରହିବି।  ମୁଁ ମହାମଣ୍ଡଳେଶ୍ୱରଙ୍କୁ କହିବାକୁ ଚାହିଁବି କି ଆଜିଠାରୁ ଆପଣଙ୍କ ପାଖକୁ ଯେଉଁ ପିଲାମାନେ ଆସିବେ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଚାଲନ୍ତୁ।

ମୋର ଗୁରୁ, ଯାହାଙ୍କ ମାର୍ଗଦର୍ଶନରେ ମୁଁ ୨୫ ବର୍ଷ ଧରି କଠୋର ତପସ୍ୟା କରିଛି, ତାଙ୍କର ନାମ ଶ୍ରୀ ଚୈତନ୍ୟ ଗଗନଗିରି ମହାରାଜ, ମୁଁ ତାଙ୍କ ସମକକ୍ଷ ଆଉ କାହାକୁ ଦେଖୁନାହିଁ। ସମସ୍ତେ ଅହଂକାରୀ ଲୋକ। ସମସ୍ତେ ପରସ୍ପର ସହିତ ଲଢ଼ୁଛନ୍ତି। ମୋର ଗୁରୁ ବହୁତ ମହାନ ଏବଂ ମୁଁ ତାଙ୍କ ମାର୍ଗଦର୍ଶନରେ ୨୫ ବର୍ଷ ଧରି ଧ୍ୟାନ କରିଆସୁଛି।

ମୋତେ କୌଣସି ମାନ ସରୋବର କିମ୍ବା ହିମାଳୟ ଯିବାର ଆବଶ୍ୟକତା ନାହିଁ। ସମଗ୍ର ବ୍ରହ୍ମାଣ୍ଡ ମୋ ସାମ୍ନାରେ ଅଛି।  କିନ୍ତୁ ଆଜି, ଯେଉଁମାନଙ୍କର ମୁଁ ମହାମଣ୍ଡଳେଶ୍ୱର ହେବାରେ ଅସୁବିଧା ଅଛି, ମୁଁ ତାଙ୍କ ବିଷୟରେ କମ୍ କହିବା ଭଲ ହେବ। ’