ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ଓ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କରଣ ଅର୍ଜୁନ'ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ବହୁ ବର୍ଷ ଧରି ପରଦାରୁ ଦୂରରେ ଥିଲେ। ସେ କେଉଁଠି ବୋଲି ଜାଣିବା ପାଇଁ ପ୍ରଶଂସକମାନେ ବହୁତ ଚେଷ୍ଟା କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନଥିଲା | ହେଲେ ଶେଷରେ ୯୦ଦଶକର ଜଣାଶୁଣା ଅଭିନେତ୍ରୀ ମମତା ୨୫ବର୍ଷ ପରେ ମୁମ୍ବାଇ ଫେରିଛନ୍ତି । ଦୀର୍ଘ ବର୍ଷ ପରେ ମୁମ୍ବାଇ ଫେରିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।
ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସେଲଫି ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ, "ନମସ୍କାର ବନ୍ଧୁଗଣ। ମୁଁ ମମତା କୁଲକର୍ଣ୍ଣୀ ଏବଂ ମୁଁ ୨୫ବର୍ଷ ପରେ ଭାରତ, ବମ୍ବେ, ମୁମ୍ବାଇ, ଆମଚୀ ମୁମ୍ବାଇ ଆସିଛି। ଏତେ ବର୍ଷ ପରେ ଭାରତ ଫେରି ମୁଁ କେତେ ଖୁସି ତାହା ଶବ୍ଦରେ କହି ହେବ ନାହିଁ। ଯେତେବେଳେ ବିମାନ ଅବତରଣ କରିବାକୁ ଯାଉଥିଲା, ଉପରୁ ମୋ ଦେଶକୁ ଦେଖି ମୁଁ ଭାବପ୍ରବଣ ହୋଇଯାଇଥିଲି। ମୋ ଆଖିରେ ଲୁହ ଆସିଗଲା।” ନିଜର ଏହି ପୋଷ୍ଟରେ ଏକ ଗୁରୁତ୍ବପୂର୍ଣ୍ଣ କାମ ପାଇଁ ସେ ଭାରତ ଆସିଥିବା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/04/InBptOFtNv5NbL9odXmF.jpg)