ଲୋକପ୍ରିୟ ହାସ୍ୟ ଅଭିନେତା ଥଟ୍ଟାରେ କହିଥିବା କଥାକୁ ନେଇ ହେଲାଣି ୪୦୦୦ ବ୍ରେକ୍‌ ଅପ୍‌ ଏବଂ ୧୭ଟି ଛାଡ଼ପତ୍ର

ନୂଆଦିଲ୍ଲୀ : ପ୍ରସିଦ୍ଧ େଓ୍ଵବ୍‌ ଚ୍ୟାନେଲ ନେଟ୍‌ ଫ୍ଲିକ୍ସରେ କିଛି ଦିନ ତଳେ ଏକ ସୋ’କୁ ପ୍ରସାରଣ କରାଯାଇଥିଲା । ଏହି ସୋ’ର ପ୍ରସାରଣ ପରେ ବ୍ରିଟେନରେ ହଙ୍ଗାମା ହୋଇଥିବା ଜଣାପଡ଼ିଛି । ଏହି ସୋ’କୁ ଦେଖିବା ପରେ ୪ ହଜାରରୁ ଅଧିକ ବ୍ରେକ୍‌ ଅପ୍‌ ଏବଂ ୧୭ଟି ଛାଡ଼ପତ୍ର ହେବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରସାରିତ ହୋଇଥିବା ଏହି ସୋ’ରେ ହାସ୍ୟ ଅଭିନେତା ଡ଼ାନିଏଲ୍‌ ସ୍ଲସ୍‌ କହିଥିବା କଥାକୁ ଦର୍ଶକମାନେ ଗମ୍ଭୀର ଭାବରେ ନେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଲୋକମାନେ ଡ଼ାନିଏଲ୍‌ଙ୍କ ଧନ୍ୟବାଦ୍‌ ମଧ୍ୟ ଜଣାଇଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଡ଼ାନିଏଲ୍‌ଙ୍କ ଏହି ସୋ’ ସେପ୍ଟେମ୍ବର ୧୧ରେ ଅପ୍‌ଲୋଡ଼ କରାଯାଇଥିଲା । ୨୦ମିନିଟ୍‌ ମଧ୍ୟରେ ସେ କିଛି କଥାକୁ ନେଇ ନିଜର ମତ ରଖିଥିଲେ । କିନ୍ତୁ ସେ କେବେ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଭାବି ନଥିଲେ । ‘ଜିଗ୍ସା ଆଣ୍ଡ ଡ଼ାର୍କ’ ନାମକ ଏହି ସୋ’ରେ ସେ କହିଥିଲେ, “ଜୀବନରେ ସମସ୍ତଙ୍କୁ ଠିକ୍‌ ଜୀବନସାଥୀ ମିଳେ । ମୁଁ ଏହା ବିଶ୍ୱାସ କରେ ନାହିଁ । କାରଣ ସମସ୍ତଙ୍କ ସହ ଏହା ହୁଏ ନାହିଁ । ଆମମାନଙ୍କୁ ଆରମ୍ଭରୁ କୁହାଯାଇଥାଏ କି ଯଦି ତୁମ ଜୀବନରେ ସଠିକ୍‌ ଜୀବନସାଥୀ ନାହାନ୍ତି ତେବେ ତୁମେ ଅଧୁରା । ଯଦି ଆପଣଙ୍କ ସାଥୀ ଭଲ ନୁହେଁ ତା’ହେଲେ ତୁମେ ଭାଙ୍ଗିଯିବ ଇତ୍ୟାଦି । ଏହି କଥା ଶୁଣି ଆମେ ନିଜ ପାଇଁ ସଠିକ୍‌ ପାତ୍ର ଖୋଜିବାରେ ଲାଗି ପଡ଼ିଥାଏ । କିନ୍ତୁ ବେଳେ ବେଳେ ସଠିକ୍‌ ଜୀବନସାଥୀ ଖୋଜିବା ନିଶାରେ ଆମେ ବଡ଼ ଭୁଲ କରି ବସିଥାଉ ଏବଂ ନିଜ ଜୀବନକୁ ନଷ୍ଟ କରି ଦେଇଥାଉ । କିଛି ନ ଥିବା ଅପେକ୍ଷା କିଛି ରହିବା ଭଲ । ଏହା ଭାବି ଆମ ପାଇଁ ଯୋଗ୍ୟ ନ ଥିବା ମଣିଷ ସହ ଆମେ ସାରା ଜୀବନ ବଞ୍ଚିବା ଆରମ୍ଭ କରିଥାଉ।”

TripAdvisor

ଏହି ୨୦ମିନିଟ୍‌ର କଥା ଶୁଣି ଏଭଳି ସଂପର୍କରେ ରହୁଥିବା ଲୋକମାନେ ନିଜ ସଂପର୍କ ଭାଙ୍ଗିବାକୁ ନିଷ୍ପତ୍ତିି ନେଇଥିଲେ । ପୂର୍ବରୁ ନିଷ୍ପତ୍ତିି ନେଇ ପାରୁ ନ ଥିବା ଲୋକମାନଙ୍କୁ ଡ଼ାନିଏଲ୍‌ଙ୍କ ଏହି ଭିଡ଼ିଓ ସାହାଯ୍ୟ କରିଛି ବୋଲି ଅନେକ ଲୋକ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଥିବା ଦେଖା ଯାଇଛି । ଅନ୍ୟ ପକ୍ଷରେ ୧୦ଦିନ ମଧ୍ୟରେ ୪ହଜାର ବ୍ରେକ୍‌ ଅପ୍‌ ଏବଂ ୧୭ଟି ଛାଡ଼ପତ୍ରକୁ ନେଇ ଦୁଃଖିତ ଥିବା କହିଛନ୍ତି ଡ଼ାନିଏଲ ।

ସମ୍ବନ୍ଧିତ ଖବର